STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଆଉଥରେ

ଆଉଥରେ

1 min
13.5K


ସ୍ମୃତି ରଞ୍ଜନ ମହାନ୍ତି



ସବୁ ସ୍ମୃତି ବିସ୍ମୃତି ହୋଇଗଲା ପରେ

ତମେ ଥାଅ ପାଖେ ପାଖେ

ସ୍ମୃତି ପ୍ରାଚୁର୍ଯ୍ୟ ହେଇ ........

ସବୁ ସୂର୍ଯ୍ୟ ଲିଭିଗଲା ପରେ

ତମେ ଥାଅ ପାଖେ ପାଖେ

ସହସ୍ର ଦିହୁଡି ହୋଇ ........

ସବୁ ପ୍ରାପ୍ତି ନିଃଶେଷ ହୋଇଗଲା ପରେ

ତମେ ଥାଅ ପାଖେ ପାଖେ

ମୋ ନିଃସ୍ଵତାରେ ପୂର୍ଣ୍ଣତା ହୋଇ ......

ସାଥୀ !

ଜାଣେନା ମୁଁ କେତେ ଅଧିକାରୀ

ତମ ନିଃସର୍ତ୍ତ ଭଲ ପାଇବାର

ତମ ଅନାବିଳ ପ୍ରେମର

ତମ ସ୍ବଚ୍ଛ ସଲିଳା ହୃଦୟର

ତମ ଅବ୍ୟଭି ଚାରିଣୀ ମନର .....

ମୋ ଜୀବନ

ସେ ତ ତୁମ ପୁର୍ନତାର ଗାଥା

ତମ ଜୀବନ

ମୋ ଅପୂର୍ଣ୍ଣତାର ବିବର୍ଣ୍ଣ ପାଣ୍ଡୁଲିପି......

ଆଞ୍ଜୁଳା ଆଞ୍ଜୁଳା କରି

ନିଜକୁ ନିଶେଷ କରିଦେଲା ପରେ

ହୃଦୟରୁ ଟୋପା ଟୋପା ରକ୍ତ ନିଗାଡ଼ି

ଆଉ କାହା ଜୀବନକୁ ସଜେଇ ଦେଲା ପରେ

ଗୋଟା ଗୋଟା କରି ସବୁ ସ୍ଵପ୍ନକୁ

ସଅଁପି ଦେଲା ପରେ

ତମେ ଆଜି ବି ପରିପୂର୍ଣ୍ଣ

ମୁଁ ହିଁ ତ ତମ ସ୍ଵପ୍ନ

ମୁଁ ହିଁ ତ ତମ ପୂର୍ଣ୍ଣତା .........

ଆଖି ସାମ୍ନାରେ ପରିପୂର୍ଣ୍ଣ ଜୀବନ ପାତ୍ର

ଅନେକ ବସନ୍ତ ବିତିଗଲା ପରେ

ଅନେକ ଶିତାର୍ତ୍ତ କାକର ଭିଜା ରାତିରେ

ଉଷ୍ମତା ଭରିଦେଲା ପରେ

ଆଜି ବି ବିଗତ ଯୌବନରେ

ତମେ ମୋର ପ୍ରଗଳ୍ଭା ପ୍ରେମିକା

ଆଉ ମୁଁ

ତମ ଏକ ନିଷ୍ଠ ପ୍ରେମିକ ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics