STORYMIRROR

Dipti lekha Mishra

Tragedy

3  

Dipti lekha Mishra

Tragedy

ଆଉ ନୁହଁ ଏଥର

ଆଉ ନୁହଁ ଏଥର

1 min
197

ତୁମକୁ ଭଲ ପାଉଥିଲି ବୋଲି ତ

ଆଜିଯାଏଁ ସବୁ ସହି ସହି ଯାଉଛି

ହେଲେ ଆଉ ନୁହଁ ବହୁତ ହୋଇଗଲା

ଏଥର ତୁମ ହାତ ଛାଡି ଚାଲିଯାଉଛି ॥


ତୁମେ ମୋତେ କଥା ଦେଇଥିଲ ବୋଲି

ମୁଁ ଅପେକ୍ଷା କରିଥିଲି କାଳେ ସେଦିନ ଆସିବ

ହେଲେ ନାଇଁ ସେଦିନ ଆସିବାକୁ ଚାହେଁନି

ଏଣୁ ମୋ ପାଇଁ ଅପେକ୍ଷା କି ଖୋଜା ନ କରିବ ॥


ମଥାରେ ସିନ୍ଦୁର ଟିକେ ଦେଇଛ ବୋଲି ତ

ଆଜି ଯାଏଁ ପ୍ରତି କଥାରେ ଡରାଉଛ

ହେଲେ ଆଉ ନୁହଁ ପୋଛିଦିଅ ତୁମ ହାତେ

ଆଉ ଏତେ ରାଗ କିଆଁ ଖାଉଛ?


ଦୁଇ ହାତରେ ଶଙ୍ଖା ଦେଇଛ ବୋଲି

ହୁକୁମ କରିବା ଛାଡିପାରୁନ ବୋଧେ

ଠିକ ଅଛି ତୁମ ହାତେ ଏ ଶଙ୍ଖା ଭାଙ୍ଗିଦିଅ

କାରଣ ତୁମ କଥା ମୋତେ ବାଧେ ॥


ହଁ କଣ କହୁଥିଲ ମୋ ପାଇଁ ତୁମେ ଆଜି

ବାଟ ଚାଲିପାରୁନ ସମାଜରେ

ଠିକ ଅଛି ତମ ରାସ୍ତାର କଣ୍ଟା ହେବିନାହିଁ

ଆଡେଇ ଦିଅ ନିଜ ଇଛ୍ଥାରେ ॥


Rate this content
Log in

Similar oriya poem from Tragedy