ଆତଙ୍କିତ ବିଶ୍ଵ
ଆତଙ୍କିତ ବିଶ୍ଵ
ଏ ଧରା ପୃଷ୍ଟକୁ ଆସିଅଛି ଭାଇ
ଭୟଙ୍କର ସଙ୍କଟ
କୋରୋନା ନାମରେ କକୟା
ହୋଇଅଛି ପ୍ରକଟ ॥(୧)
ରୂପ ରେଖ ନାହିଁ ତାହାର
ମଣିଷକୁ ଖାଉଛି
ସାରା ପୃଥିବୀଟା ଭୟରେ
ଥର ହର ହେଉଛି ॥ (୨)
ବିଶ୍ୱର ଜନତା ସଭିଏଁ ହେଲେ
ନିଜେ ନଜର ବନ୍ଦୀ
କାହା ଆଗେ କହି ନପାରି
ଭୟେ ହୋଇଲେ ଛନ୍ଦି ॥ (୩)
କେତେ ମହାମାରୀ ଆସିଛି
କେତେ ଝଡ଼ ତୋଫାନ
କେତେ ବନ୍ୟା ବାତ୍ୟା ସୁନାମି
କେତେ ଭୂମି କମ୍ପନ ॥ (୪)
କେଉଁ ଦେଶେ କେଉଁ ରାଜ୍ୟରେ
ହେଉଥିଲା କୋଷଣ
ରାଜ୍ୟ ଆଉ ଦେଶ ଲୋକଙ୍କ
ଯାଇଥିଲା ଜୀଵନ ॥ (୫)
ଏପରି ସଙ୍କଟ ବିଶ୍ଵରେ
କେବେ ନଥିଲା ହୋଇ
ଆତଙ୍କିତ ସାରା ପୃଥିବୀ
ଏହି କୋରନା ପାଇଁ ॥ (୬)
ଛୋଟ ବଡ଼ ଧନୀ ଗରିବ ସର୍ବେ
ହେଉଛନ୍ତି ବ୍ୟାକୁଳ
କି ବୁଦ୍ଧି କରିବେ ବୁଦ୍ଧି ଦିଶୁନାହିଁ
ହୁଅନ୍ତି ସବୁ ଆକୁଳ ॥(୭)
ସାରା ବିଶ୍ୱ ଲୋକେ କହିଚାଲିଛନ୍ତି
କୋରୋନା ଲାଗିଛି ଯାଅନା ।
ସର୍ବ ପାଠଶାଳା ସବୁ କର୍ମକ୍ଷେତ୍ର
ସଭା ସମିତି ହୋଇଛି ମନା ॥ (୮)
ରେଳଗାଡି ଆଉ ଉଡାଯାହାଜରେ
କଟକଣା ଜାରି ହେଲା ।
ପର୍ଯ୍ୟଟନ ଆଉ ତୀର୍ଥଭ୍ରମଣରେ
ପଡିତ ଗଲାଣି ତାଲା ॥(୯)
ପ୍ରଭୁଙ୍କୁ କିପରି ଗୁହାରି କରିବେ
ମନ୍ଦିର ଯିବାକୁ ମନା ।
ଘରେ ବସି ବସି ଜପ ଧ୍ୟାନ କରି
ମନକୁ ଦ୍ୟନ୍ତି ସାନ୍ତ୍ଵନା ॥ (୧୦)
ଆହେ ଦୟାମୟବିଶ୍ୱ ବିହାରୀ
ଶୁଣ ବିଶ୍ୱବାସୀଙ୍କର ଗୁହାରୀ ।
ପତିତପାବନ ବାନା ବାନ୍ଧିଅଛ
ସଙ୍କଟୁ ଉଦ୍ଧାର କର ଶ୍ରୀହରି ॥(୧୧)
ଦିଅ ପ୍ରଭୁ ଧୈର୍ଯ୍ୟ ଦିଅ ସେ ସାହାସ
ସଭିଏଁ ହେବେ ସଜାଗ ।
ନିଜ ନିଜ ପାଇଁ ସ୍ୱେଚ୍ଛାସେବୀ ହୋଇ
କରିବେ ସବୁ ଉଦଯୋଗ ॥ (୧୨)
ହସ୍ତ ପାଦ ଧୋଇ ରହିବେ ନିଶ୍ଚଳେ
ଖାଇବେ ସଦା ଗରମ ।
ଯିବେନାହିଁ କାହିଁ ଲୋକାରଣ୍ୟ ମେଳେ
ନ କରିବେ ଥଣ୍ଡା ପାନ ॥ (୧୩)
ଏତିକି ଗୁହାରି ଆହେ ଚକ୍ରଧାରୀ
ଚକ୍ର ଆଡ଼ କରୁଥିବ ।
ଚିନ୍ତେ ସୂର୍ଯ୍ୟମଣି ,ଆହେ ଚିନ୍ତାମଣି
ଏ ବିଶ୍ଵର ରକ୍ଷା କରିବ ॥(୧୪)
