STORYMIRROR

surjyamoni nisonko

Inspirational

4  

surjyamoni nisonko

Inspirational

ଅଣସର ଘରେ ଜଗନ୍ନାଥ

ଅଣସର ଘରେ ଜଗନ୍ନାଥ

1 min
330

ଶୁଅନା ଧନ ଶୋଇଲେ ତୁମେ 

       ଜଗତ ଯିବ ଶୋଇ

ଆଖି ବୁଜିଲେ ସାରା ଜଗତ

    ଯିବ ଅନ୍ଧାର ହୋଇ।(୧)

ଜଗତ ନାଥ ଜଗଜ୍ଜୀବନ

     ଆଖିରେ ପତା ନାହିଁ 

ଜଗମୋହନ ଚକାନୟନ 

    ଛଳନା କରୁଛ କାହିଁ।(୨)

ଭକତ ଡାକୁଛି ଉଠ ବହନ

     ଯାତରା କରିବ ପରା

ରଥରେ ବସି ବଡଦାଣ୍ଡରୁଥ

   ଦେଖିବ ଦୁନିଆ ସାରା।(୩)

ଦୁନିଆଯାକର ଭକତ ଆସି

     ଏକାଠି ରୁଣ୍ଡ ହୋଇବେ

ରଥରେ ବାମନରୂପକୁ ଦେଖି

    ଆନନ୍ଦେ ରଥ ଟାଣିବେ।(୪)

ଗଡିଗଡି ରଥ ପହଞ୍ଚିଯିବ

    ଗୁଣ୍ଡିଚା ରାଣୀଙ୍କ ଘରେ

ନବଦିନ ରହି ନାଟକ କରିବ।

     ରଙ୍ଗମଞ୍ଚ ଦୁନିଆରେ।(୫)

ଦଶ ଅବତାର ହୋଇବତୁମେ

     ଭକତେ ଦେଖିବେ ଯାଇ

ଆନନ୍ଦେଖାଇବେ ଅଭଡ଼ା ସର୍ବେ

     ଆଡ଼ପ ମଣ୍ଡପେ ଯାଇ।(୬)     

ମତ୍ସ୍ୟ, କତ୍ସ୍ୟ, ବରାହ,ନୃସିଂହ  

     ବାମନ,ଯେ ପର୍ଶୁରାମ,

ଶ୍ରୀରାମ ଙ୍କ ସହ ବଳରାମ

    ପୁଣି ବୌଦ୍ଧ,କଳ୍କୀରାମ।(୭)

ଏହିପରି ଦଶଅବତାର ହୋଇ

     କରିବ ଯାତରା ଲୀଳା

 ନବଦିନ ଯାଏଁ ଗୁଣ୍ଡିଚାମନ୍ଦିରେ

     ଲାଗିବ ଭକ୍ତଙ୍କ ଖେଳା।(୮)

 ବାହୁଡିବ ପୁଣି ଶିରୀ ମନ୍ଦିରକୁ

      ବାହୁଡ଼ା ଯାତରା ହେବ

ସୋର୍ଣ୍ଣଅଳଙ୍କାରେ ସଜ୍ଜିତହୋଇ

      ଭକ୍ତଙ୍କୁ ଦର୍ଶନ ଦେବ।(୯)

ସେ ଅପୂର୍ବ ଋପ ଦର୍ଶନ ପାଇଁ

      ବଳିଛି ସୁର୍ଯ୍ୟର ମନ

ଦୋଷକ୍ଷମାକରି ଦରଶନଦିଅ

     ହେ ପ୍ରଭୁ ଚକାନୟନ।(୧୦)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational