STORYMIRROR

surjyamoni nisonko

Inspirational Others

3  

surjyamoni nisonko

Inspirational Others

ମା ଭଗବତୀ ତୁହି ଆଦିଶକ୍ତି

ମା ଭଗବତୀ ତୁହି ଆଦିଶକ୍ତି

1 min
588

 ମା ଭଗବତୀ ଅଟୁଗୋ ତୁହି ଆଦିଶକ୍ତି

 ଅଜ୍ଞାନକୁ କରିଦିଅ ମୁକତି ଗୋ ମୁକତି

 ମା ଭଗବତୀ ଅଟୁ ଗୋ ତୁହି ଆଦିଶକ୍ତି।

 ପ୍ରଥମେ ତୁ ଆଦିଶକ୍ତି ହେ ମହାମାୟା,

 ତୋଦେହରୁ ଜାତକଲୁ ଅନେକ ଛାୟା,

 କିଏ ହେଲେ ମଙ୍ଗଳା,କିଏଗୋ ମାଶାରଳା

 ଚଣ୍ଡି ଚାମୁଣ୍ଡା ହୋଇ ଜଗତେ କଲେ ଖେଳା

 କେଉଁଠି ତୁ ତାରିଣୀ,କାଘରେ ଠାକୁରାଣୀ

 ଦେବୀ ଦୁର୍ଗା ନାମରେ ସଂସାରେ ଅଛୁପୁଣି

 ତୋଠାରେ ଅଛି ମହାଶକତି ଗୋ ଶକତି।

 ମା ଭଗବତୀ ଅଟୁ ଗୋ ତୁହି ଆଦିଶକ୍ତି।

 ଦୁର୍ଗା ନାମଟି ତୋହର ଜଗତେ ଖ୍ୟାତ

 ଦେବତାଙ୍କ ହିତ ପାଇଁ ହୋଇଲୁ ଜାତ

 ସକଳ ଦେବଗଣ, ତୋତେ କଲେ ସ୍ମରଣ

 ସବୁ ଦେବଙ୍କ ଅସ୍ତ୍ର କରିଲୁ ତୁ ଧାରଣ

 ମୋହିନୀ ଋପଧରି ପର୍ବତେ ଥିଲୁ ବସି

 ଉସ୍ବାସ କଲୁ ଧରା ଶମ୍ଭୁ ନିଶମ୍ଭୁ ନାସି

 ମହିଷାସୁରକୁ କଲୁ ମୁକତି ଗୋ ମୁକତି।

 ମା ଭଗବତୀ ଅଟୁ ଗୋ ତୁହି ଆଦି ଶକ୍ତି।

 ବିଜୟା ଦଶମୀ ହୁଏ ଆଶ୍ଵିନ ମାସେ

 ଦେଶେ ଦେଶେ ପୂଜାପାଉ ମନହରସେ

 ଦଶଭୁଜାରେ ତୋର ଦଶଗୋଟି ପ୍ରହାର

 ଗଳାରେ ଲମ୍ବିଥାଏ ମନ୍ଦାର ଫୁଲହାର

 ରଙ୍ଗବସ୍ତ୍ରରେ ମାଗ ଦିଶୁ କେଡେ ସୁନ୍ଦର

 ତୋର ଦର୍ଶନ ପାଇଁ ଆତୁର ଭକ୍ତଙ୍କର

 ସଭିଙ୍କୁ ଦିଅସୁଖ, ସୂର୍ଯ୍ୟ କରେ ବିନତୀ 

 ମା ଭଗବତୀ ଅଟୁ ଗୋ ତୁହି ଆଦିଶକ୍ତି।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational