ରଘୁବଂଶରେ ଶ୍ରୀରାମ
ରଘୁବଂଶରେ ଶ୍ରୀରାମ
('ରାଗଚୋଖି')
ଏ ବିଶ୍ଵରେ ଜମ୍ଭୁଦ୍ବୀପ ଜମ୍ଭୁଦ୍ବୀପରେ ଭାରତ
ଭାରତରେ ହିନ୍ଦୁଧର୍ମ ଅଟେ ପବିତ୍ର
ଭାରତର ଉତ୍ତରରେ ଅଯୋଧ୍ୟା ନାମ ନଗରେ
ଇକ୍ଷାକୁବଂଶ ସେଠାରେ ହେଲା ବିଖ୍ୟାତ
ରଘୁବଂଶ ସେଠାରୁ ଜାତ
ଅଜଙ୍କର ସୁତ ଥିଲେ ସେ ଦଶରଥ। ୧
ମହାରାଜା ଦଶରଥ ନ୍ୟାୟ ଧର୍ମରେ ପୋଖତ
ଶାସନ କାର୍ଯ୍ୟରେ ସେତ ପ୍ରଜାବତ୍ସଳ
ଧନୂର୍ବିଦ୍ୟାରେ ନିପୁଣ ସମ୍ରାଟରେ ଅଗ୍ରଗଣ୍ୟ
ସତ୍ୟ ପଥରେ ଥାଆନ୍ତି ସଦା ଅଟଳ
ଅଯୋଧ୍ୟାରେ ପାଳନ୍ତି ପ୍ରଜା
ତିନିରାଣୀଙ୍କ ସହିତ ଆନନ୍ଦେ ରାଜା।୨
ବହୁଦିନ ଗଲାବିତି ନହେଲା ତାଙ୍କ ସନ୍ତତି
ତେଣୁ କରି ରାଜାଙ୍କର ଅସ୍ଥିର ଚିତ୍ତ
କୁଳଗୁରୁ ଉପଦେଶେ ରୁଷ୍ୟଶୃଙ୍ଗ ଡାକିପାଶେ
ଆନନ୍ଦରେ କଲେରାଜା ପୁତ୍ରେଷ୍ଟିଯଜ୍ଞ
ଯଜ୍ଞଚରୁ ଭକ୍ଷିଲେ ରାଣୀ
ଚାତକେ ଚାହିଁଲେ ରାଜା ଦିନକୁ ଗଣି।୩
ଋତୁରାଜ ବନସ୍ତରେ ମୃଦୁ ମୃଦୁ ସୁଗନ୍ଧରେ
ସରଜୁ ନଦୀରେ ବହେ ଅମୃତଧାରା
ସାଧୁସନ୍ଥ ଦେବଗଣ ଆନନ୍ଦେ ଉଚ୍ଛନ୍ନ ମନ
ଚତୁର୍ଦ୍ଧାମୂର୍ତ୍ତି ପ୍ରକଟ ହୋଇବେ ଧରା
ଅଯୋଧ୍ୟାର ପୁରପଲ୍ଲୀରେ
ଆନନ୍ଦଲହରୀ ଖେଳେ ସଭିଙ୍କ ମନରେ।୪
ଚୈତ୍ରମାସ ଶୁକ୍ଳପକ୍ଷ ଦିନକରଙ୍କ ରାଜତ୍ୱ
ନବମୀ ତିଥିରେ ପୁଣି କର୍କଟ ଲଗ୍ନ
ଶ୍ରୀରାମଙ୍କଜନ୍ମବେଳେ ଗ୍ରହମାନେ ଉଚ୍ଚେଥିଲେ
କୌଶଲ୍ୟା ଗର୍ଭରୁ ପ୍ରଭୁ ହେଲେ ଜନମ
କୈକେୟୀଙ୍କ ପୁତ୍ର ଭରତ
ଶତ୍ରୁଘ୍ନ, ଲକ୍ଷ୍ମଣ ଦୁହେଁ ସୁମିତ୍ରା ସୂତ ।୫
ମହାରାଜା ଦଶରଥ ଆନନ୍ଦେହୋଇ ଉସତ
ସର୍ଣ୍ଣ ଅଳଙ୍କାର,ବସ୍ତ୍ର କଲେ ବଣ୍ଟନ
ଅଯୋଧ୍ୟା ପୁରମଣ୍ଡନ ଚାରିପୁତ୍ରଙ୍କୁ ଧରିଣ।
ବଶିଷ୍ଠଙ୍କ ହସ୍ତେ କଲେ ନାମକରଣ
ଶ୍ରୀରାମ ସେ ପୁରୁଷୋତ୍ତମ
ସେପ୍ରଭୁଙ୍କ ପାଦେ ରହୁ ସୂର୍ଯ୍ୟର ଧ୍ୟାନ।୬
