STORYMIRROR

Madhabi Patel

Inspirational Others

3  

Madhabi Patel

Inspirational Others

ଆତ୍ମନେପଦୀ

ଆତ୍ମନେପଦୀ

1 min
179


ଜନ୍ମମାଟି ଟାଙ୍ଗରପାଲି

ସମ୍ବଲପୁର ଜିଲ୍ଲା।

ବାପା ବୁଧୁରାମ ମାଆ 

ତିଲୋତମା ଥିଲା।

ତିନି ଝିଅ ମଧ୍ୟେ ମୁହିଁ

ମଧ୍ୟମା ସନ୍ତାନ।

ବିଦ୍ୟାଶିକ୍ଷା କରିବାକୁ

କରନ୍ତି ଯତନ।

ବିଏ ବିଇଡି କରିମୁଁ

ହେଲି ସୁ ଗୃହିଣୀ।

ଳାଳନ ପାଳନ କଲି

କନ୍ୟା ପୁତ୍ରବେନି।

ଯୋଗ୍ୟ ସନ୍ତାନ ସମସ୍ତେ

ଯନ୍ତ୍ରୀ କର୍ମ କଲେ।

ଗୃହ ଜଞ୍ଜାଳ କମିଲା 

କି କରିବି ଭାଲେ।

ସ୍ବାମୀଙ୍କ ନିର୍ଦ୍ଦେଶେ

 ଲିଖନରେ ଦେଲିମନ।

ସାତଗୋଟି ପୁସ୍ତକ ମୋ

ହେଲାଣି ଉନ୍ମୋଚନ।

ପ୍ରଭୁଙ୍କ ଦୟାରୁ ମୋର

 ଲେଖନୀ ଚାଲିଛି।

ଭାବନା ଯାହା ଆସୁଛି

ହାତ ଲେଖୁଅଛି।

ବିଭୁଙ୍କ ପାଖରେ ସଦା

ଲୟ ରହିଥାଏ।

ଅଳ୍ପ ଯାହା ମିଳିଲେବି

ଶାନ୍ତି ମିଳିଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational