ଆତ୍ମାର ଆଧାର
ଆତ୍ମାର ଆଧାର
ଚରିତ୍ର ହେଉଛି ଆତ୍ମାର ଆଧାର
ଏଥିରେ ବିଶ୍ୱାସ ରଖ
ଏହି ଆଧାରରେ ବୀର ଇନ୍ଦ୍ରଜିତ
ଦିନେ ହୋଇଥିଲେ ବଧ।
ଏ କଥାକୁ ନେଇ ରାଣୀ ସୁଲୋଚନା
ମନରେ ଥିଲା ସନ୍ଦେହ
ଭେଟିଥିଲେ ଯାଇ ଶ୍ରୀରାମ ଲକ୍ଷ୍ମଣ
ମୁଗ୍ଧ ଦେଖି ବେନି କାୟ।
ନିଜ ମାତୃ ସମ ଜ୍ଞାନ କରି ବେନି
କରିଥିଲେ ପ୍ରଣିପାତ
ବଦନ ନ ଚାହିଁ ଚରଣ ଲୟରେ
ବଚନେ ମୋହିଲେ ଚିତ୍ତ।
ଇନ୍ଦ୍ରଜିତ ରାଣୀ ସୁଲୋଚନା ଦେବୀ
ସହଜେ କଲେ ବିଶ୍ୱାସ
ଶ୍ରୀରାମ ଲକ୍ଷ୍ମଣ ଚରିତ୍ର ବଳରେ
ପୃଥ୍ୱୀ ହୋଇଲା ଉଶ୍ୱାସ।
ଚରିତ୍ର ବଳରେ ଅସମ୍ଭବ କାର୍ଯ୍ୟ
ଅଚିରେ ହୁଏ ସମ୍ଭବ
ରାମାୟଣ ଯୁଗ ଗାଥା ରହିଅଛି
କୀରତି ଗାଉଛି ଭବ।
