ଆତ୍ମ ବିଶ୍ବାସ
ଆତ୍ମ ବିଶ୍ବାସ
ଆତ୍ମ ବିଶ୍ୱାସ ହିଁ ଉନ୍ନତି ପଥର
ମାର୍ଗ ପ୍ରଦର୍ଶକ ହୁଏ
ଯା" ଆତ୍ମ ବିଶ୍ୱାସ ଯେତେ ଦୃଢ ସିଏ
ଯେତେ ଅଗ୍ରସର ହୁଏ ।
ପକେଇ ପାରେନା ପାଦରେ ଶିଙ୍କୁଳି
ମନ ଅଟକି ପାରେନା
ଯେତେ ବାଧାବିଘ୍ନ ଜୀବନରେ ଆସୁ
ତାକୁ ବି ଛୁଇଁ ପାରେନା ।
ଆତ୍ମ ବିଶ୍ୱାସ ତା ବଢି ବଢି ଯାଏ
ଯେତେ ବାଧା ଆସୁ ଥାଏ
ହାରି ସେ ଯାଏନା ଜିତିବା ପ୍ରୟାସ
ଜାରି ତାର ରହିଥାଏ ।
ବାରମ୍ବାର ଧୋକା ଖାଉଥାଏ ପଛେ
ପଛଘୁଞ୍ଚା ଦିଏ ନାହିଁ
ହସି ହସି ସିଏ ସୁବୁ ଦୁଃଖ ପିଇ
ବଞ୍ଚିବା ଶିଖଇ ତହିଁ ।
ଶରୀରର ବଳ ଭାଙ୍ଗି ଯାଏ ସିନା
ମନ ଦୁର୍ବଳ ହୁଏନା
ସେଥିପାଇଁ ଆତ୍ମ ବିଶ୍ୱାସଟି ତାର
ସମାଧି ନେଇ ପାରେନା ।
ଜୀବନର ଶେଷ ରକ୍ତ ବିନ୍ଦୁ ଯାଏ
ରଖି ଥାଏ ସେ ବିଶ୍ୱାସ
ସେ ବିଶ୍ୱାସ ଟିକକ ଲିଭି ଯିବ ଯେବେ
ଛାଡିବ ଶେଷ ନିଃଶ୍ବାସ ।
ଯା ଆତ୍ମ ବିଶ୍ୱାସ ଯେତିକି ସଦୃଢ
ସେତିକି ସେ ମଜବୁତ
ଯେମି
ତି ଘାଏଲା ଯିଏ ଯେତେ କରୁ
ସହେ ସେ ସବୁ ଆଘାତ ।
ଜୀବନର ଲକ୍ଷ୍ୟ ସ୍ଥଳେ ସେ ପହଞ୍ଚେ
ସେମିତି ହେଉ ବନ୍ଧୁର
ତା ଆତ୍ମ ବିଶ୍ୱାସ ଏମିତି ପ୍ରଗାଢ
ଡେଇଁ ଯାଏ ପାରାବାର ।
ଆତ୍ମ ବିଶ୍ୱାସର ପାଇଁ ତ ମଣିଷ
ଏବେବି ରହିଛି ଜୀଇଁ
ସେ ଆତ୍ମ ବିଶ୍ୱାସ କେବେ ମରୀଚିକା
କେବେ ତପ୍ତ ମରୁ ଭୂଇଁ ।
ତଥାପି ଆଖିରେ ସପନ ଭରା ତା
ଆତ୍ମ ବିଶ୍ୱାସକୁ ନେଇ
ଆତ୍ମ ବିଶ୍ୱାସଟି ଯେଉଠି ସରଇ
ମରି ବଞ୍ଚି ଥାଏ ସେଇ ।
ଆତ୍ମ ବିଶ୍ୱାସକୁ କରନା ଦୁର୍ବଳ
ସହଜେ ହରାଏ ସିଏ
ତାହାରି ପାଖରେ ସବୁ ଭେଦଭାବ
ନିରର୍ଥକ ହେଇଥାଏ ।
ନିଜ ଉପରେ ସେ ଭରଷା କରଇ
କେତେ ବିଶ୍ବାସ ରହିଛି
ଶରୀରର ଅନ୍ତ ନ ହେଲା ପର୍ଯ୍ୟନ୍ତ
ନା ତୁଟିବାର ତାହା ଅଛି ।
ଆତ୍ମା ବିଶ୍ୱାସଟି ଦୁଃଖର ସାଗରେ
ଦିଏ ଆଶା ତରଙ୍ଗିଣୀ
ଶେଷ ପର୍ଯ୍ୟନ୍ତ ତା ଆଶା ମରେ ନାହିଁ
ସେ ନ ଯାଇଛି ମଶାଣୀ ।