STORYMIRROR

pranati Mahapatra

Children

3  

pranati Mahapatra

Children

ଆସରେ ପିଲେ

ଆସରେ ପିଲେ

1 min
185


ଆସରେ ପିଲେ ପାଖରେ ବସ

ମନ ଦେଇ କଥା ଶୁଣ,

ମଧୁବାବୁଙ୍କ ବର୍ଣ୍ଣବୋଧକୁ

ମୁଖସ୍ତ କରରେ ଧନ।


ଆମରି ଓଡ଼ିଆ ଅକ୍ଷରମାଳା

ଦେଖ ଦିଶେ କି ସୁନ୍ଦର,

ଆମ ଦେଶର କୃଷକ ଭାଇ

ପେଟ ପୁରାଏ ସଭିଙ୍କର।


ଅକ୍ଷରମାଳାର ଅଭ୍ୟାସ ପରେ

ଶିଖିବା ଯୁକ୍ତାକ୍ଷର,

ଲେଖିବା ବେଳେ ରହିବନି ତୃଟି

ପାରଙ୍ଗମ ଯେ ସବୁର।


"ଅ" ଠାରୁ "ଔ" ସ୍ଵର ବର୍ଣ୍ଣ ବୋଲି

ମନେ ରଖ ଶିଶୁଗଣ,

"କ" ରୁ " ଁ" ଯାଏ ଛତିଶଟି 

ଅଟଇ ବ୍ୟଞ୍ଜନ ବର୍ଣ୍ଣ।


ଆହୁରି "କ୍ଷ" "ଡ଼" "ଢ଼" "ୟ" "ଲ"

ଅଛି ପାଞ୍ଚ ଅତିରିକ୍ତ ବର୍ଣ୍ଣ,

ମନ ଧ୍ୟାନ ଦେଇ ଫଳାପାଠ ପଢି

ହୁଅ ମହତ୍ତମ ଜନ।


ବାରମାସ ଛଅ ଋତୁ ସାତ ବାର

ପିଲାମାନେ ମନେ ରଖ ,

ଦୁଇମାସ ଏକ ଋତୁ ,ଏକମାସ ଦୁଇ 

 ପକ୍ଷ,କୃଷ୍ଣ ଆଉ ଶୁକ୍ଲପକ୍ଷ।


ଆଜି ପାଇଁ ଏତିକି ରଖିଥା ମନେ

କାଲିକୁ କହିବି କିଛି,

ପୂଣ୍ୟ ଧାମ ଏହି ଭାରତ ବର୍ଷରେ

କେତେ ଶିଖିବାକୁ ଅଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children