ଆସରେ ପିଲେ ଭାଗ- ୩
ଆସରେ ପିଲେ ଭାଗ- ୩
ସରଳବାକ୍ୟ ପରେ ଶୁଣିବା ଆମେ
ଯୌଗିକ ବାକ୍ୟ କଥା,
ଏକାଧିକ ସରଳବାକ୍ୟ ସଂଯୋଗେ
ହୁଏ ଏହି ବାକ୍ୟ ଯଥା।
ପିତା ମାତା ଭକ୍ତି କରୁଥିଲେ ପିଲେ
ତାଙ୍କ ଆଶିଷ ପାଇବ,
ଭଲ ପାଠ ପଢି ଆମ ଏ ଦେଶର
ଯଶ ଗୌରବ ବଢାଇବ।
ସରଳବାକ୍ୟ, ଯୌଗିକ ବାକ୍ୟ
ଶିଖିଲ ଦୁଇ ପ୍ରକାର,
ମନଦେଇ ଶୁଣ ଜଟିଳ ବାକ୍ୟର
ଅଟେ ଯେ ଏହି ଭାବର।
ଯେଉଁ ବାକ୍ୟେ ଏକ ମୁଖ୍ୟ ବାକ୍ୟ ଥାଏ
ମୁଖ୍ୟ ବାକ୍ୟକୁ ଆଶ୍ରୟ ,
ଏକାଧିକ ବାକ୍ୟ କରିଥାନ୍ତି ତାହା
ଅଟେ ଯୌଗିକ ବାକ୍ୟ।
୧*ଯେ ଦେଶ ସେବାକରେ ୨*ସେ ପ୍ରଶଂସାପାଏ
ଅଟେ ତ ଉଦାହରଣ,
ପ୍ରଥମ ବାକ୍ୟଟି ମୁଖ୍ୟ ପୁଣି ଦ୍ଵିତୀୟ
ଆଶ୍ରୟ କରେ ଯେ ଜାଣ।
ସମାପନ ହୋଇଥାଏ ପରା ଯାହା
ଅଟେ ସମାପିକା କ୍ରିୟା ,
ଲେଖାପଢ଼ାରେ ମନ ରଖିଲେ
ହୋଇବ ଭଲ ଛୁଆ।
ସରଳ,ଜଟିଳ, ଯୌଗିକ ବାକ୍ୟ
କରିବ ନିଶ୍ଚେ ଅଭ୍ୟାସ,
ନୂଆ କଥାଏ କହିବି କାଲି
ନାମ ଉଦ୍ଦିଷ୍ଟ ଉଦ୍ଦେଶ୍ୟ।
