STORYMIRROR

Satyabati Swain

Classics

4  

Satyabati Swain

Classics

ଆସରେ ଓଡ଼ିଆ ଭାଇ

ଆସରେ ଓଡ଼ିଆ ଭାଇ

1 min
456

ଯୁଗଟି ଏବେ ଇ ର ନାମେ

ଇଙ୍ଗିଲିଶ ବାବୁ ବେଶୀ

ଦେଖରେ ଦେଖ ଓଡ଼ିଆ ଭାଷା

କେମିତି ଯାଏ ଭାସି।


ଆମରି ପିଲେ ଅ ଆ ଅକ୍ଷର

ଓଡ଼ିଆ ଅଭିଧାନ

ଚିହ୍ନନ୍ତି ନାହିଁ ଜାଣନ୍ତି ନାହିଁ

ବିଚିତ୍ର ନୀତି ଆମ।


ହଜାରେ ଭୁଲ୍ ଥାଉ ପଛକେ

ଇଙ୍ଗିଲିଶ ଦେଲେ କହି

କଲର୍ ଟେକି ଛାତିଟା ଆମ

ଚଉଡା ଯାଏ ହୋଇ।


ମୁଁ ଓଡ଼ିଆ ମୋ ଭାଷା ବଢିଆ

ଏ ଗଉରବ ଭାବ

ହଜି ଯାଉଛି ଦିନକୁ ଦିନ

ସ୍ୱାଭିମାନ ସ୍ଵଭାଵ।


ଇଂଲିଶ ନିଶା ଘର ଉଜାଡେ

କାନ୍ଥ ଦୁଲୁକା ପରି

ଓଡ଼ିଆ ଭାଷା ଅଭେକା ବେଶେ

ବୁଲୁଛି ଗଳି ଗଳି।


ଶାସ୍ତ୍ରୀୟ ମାନ୍ୟତା ପାଇଲା ଭାଷା

ବିଶ୍ୱ ଦରବାରରେ

ଫାଇଲ ତଳେ କୁମ୍ଭୀର କାନ୍ଦଣା

ଓଡ଼ିଆଙ୍କ ହୃଦ ବିଦାରେ।


କଥାତ କମ୍ କାମଟି ବେଶୀ

ହୋଇଲେ ଫଳ ମିଳେ

କୁଲା ଢାଉଁ ଢାଉଁ କରି କାନ ଅତଡା

ଅଲଣା କଥାଟିରେ।


ଓଡ଼ିଆ ଭାଷା ଶ୍ରେଷ୍ଠ ସଂସାରେ

ଏଇ ସନ୍ଦେଶ ନେଇ

ଓଡ଼ିଆ ଭାଷା ଲେଖିବା କହିବା

ଆସରେ ଓଡ଼ିଆ ଭାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics