STORYMIRROR

ସୁମନ୍ତ ବେହେରା

Children

3  

ସୁମନ୍ତ ବେହେରା

Children

ଆସରେ ଧରିବା ଜହ୍ନ

ଆସରେ ଧରିବା ଜହ୍ନ

1 min
208

ଗଛ ଡାଳେ ଥାଇ ପୋଖରୀରେ ଥରେ

   ଦେଖିଲେ ମାଙ୍କଡ଼ ଜହ୍ନ

ଆକାଶର ଜହ୍ନ ପୋଖରୀରେ ଦେଖି

   ଧରିବାକୁ କଲେ ମନ


ତାଙ୍କରି ମଧ୍ୟରୁ ଗୋଟିଏ ମାଙ୍କଡ଼ 

   ଆଗୁଆ ଧରିବା ପାଇଁ

ଗଛ ଡାଳୁ ଡେଇଁ ପୋଖରୀ ଭିତରେ

   ଖୋଜିଲା ଜହ୍ନକୁ ଯାଇ


ଜହ୍ନକୁ ନ ପାଇ ପ୍ରଶ୍ନ କଲା ସିଏ

   କେଉଁଆଡ଼େ ଗଲା ଜହ୍ନ

ଅନ୍ୟ ମାନେ ଥାଇ ଗଛର ଉପରେ

   କହିଲେ ଦେଲୁନି ଧ୍ୟାନ


ତୋତେ ଦେଖି ଜହ୍ନ ଡରିଗଲା ବୋଧେ

  ପାଣିରେ ଗଲା ସେ ଲୁଚି

ଓଦା ଜୁଡୁବୁଡୁ ମାଙ୍କଡଟି ଆସି

   ଗଛ ଡାଳେ ଗଲା ବସି


କିଛି କ୍ଷଣ ପରେ ପୋଖରୀରେ ପୁଣି

   ଦେଖାଗଲା ଯେବେ ଜହ୍ନ

ଯୋଜନା କରିଣ ଜହ୍ନ ଧରିବାକୁ

   ମାଙ୍କଡ଼ କରିଲେ ମନ


ଧୀରେ ଧୀରେ କଥା ହୋଇଲେ ସଭିଏଁ

   କାଳେ ଶୁଣିଦେବ ଜହ୍ନ

ଏଥର ଯେମିତି ଜହ୍ନ ନ ଲୁଚିବ

   ସେଥିରେ ରଖିଲେ ଧ୍ୟାନ


ହାତ ଧରାଧରି ହୋଇ ଲଟକିଲେ

   ଜହ୍ନକୁ ଧରିବା ପାଇଁ

ଓଜନ ବଢ଼ିଲା ତେଣୁ ଭାଙ୍ଗିଗଲା

   ଡାଳ ମଡମଡ ହୋଇ


ଦେଖ ଦେଖ ପିଲେ ତୁମ ପାଠ୍ୟ ବହି

  ଠାରେ ଥିବା ଏହି ଛବି

ଏହା ପରେ ପରେ କଣ ହୋଇଥିବ

   କୁହ ଥରେ ତୁମେ ଭାବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children