STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆସିଲାଣି ଖରା ଛୁଟି

ଆସିଲାଣି ଖରା ଛୁଟି

1 min
14.1K



ତପନ କୁମାର ସ୍ୱାଇଁ


ଆସିଲାଣି ଖରାଛୁଟି ,

ନାହିଁ ଡର ପାଠକୁ ,

ସଞ୍ଜ ହେଲେ ବୁଲିଯିବି ,

ଭାଇ ସାଥେ ହାଟକୁ । ।

ଭାଇ କହିଛନ୍ତି କିଣି ,

ଦେବେ ନୂଆ କଣ୍ଢେଇ ,

ଖେଳିବି ମୁଁ ଛୁଟିସାରା ,

ଧରିତାକୁ କୁଣ୍ଢେଇ । ।

ଖାଇବାକୁ ଦେବେ ମୋତେ ,

ରସଗୋଲା , କାକେରା ,

ଛେନାପୋଡ଼ , ବାରମଜା ,

ଭଳି ଭଳି ସର୍କରା । ।

କେତେ କେତେ ଗପବହି ,

ଛବି ଅଙ୍କା କବିତା ,

ଯେଉଁ ବହି ପଢ଼ୁଛନ୍ତି ,

କୁନି , ଝୁନି , ସବିତା । ।

ସବୁ ଆଣି ବେଳ ଦେଖି ,

ପାଠ ସାଥେ ପଢ଼ିବି ,

କଣ୍ଢେକୁ କୋଳେ ଧରି ,

ଘର ସାରା ଗଡ଼ିବି । ।


Rate this content
Log in

Similar oriya poem from Classics