STORYMIRROR

pranati Mahapatra

Abstract

3  

pranati Mahapatra

Abstract

ଆସିଛି ଫୁଲେଇ ରଜ

ଆସିଛି ଫୁଲେଇ ରଜ

1 min
11.8K


ଫୁଲେଇ ରଜ ସଜବାଜ ହୋଇ 

ଆସିଛି ମୋ ଗାଆଁକୁ,

ଯାଇଥିଲା ଆର ବରଷରୁ ଯେ ମୁଁ

ଚାହିଁ ରହିଥିଲି ତା ବାଟକୁ।

ଆସିଛି ବୋଲି ସେ ସରାଗେ ମାଆ

କରିଛି ପୋଡପିଠା,

ହାଟରୁ ଯାଇ ବାପା ଆଣିଛନ୍ତି

ଆମ୍ବ ପଣସ ମିଠା।

ଜେଜେବାପା ତ ଦଉଡ଼ି ବଳି 

ବୁଦାରୁ କାଟି ବାଉଁଶ ,

ପଟାଦୋଳିଟେ ଲଗେଇ ଦେଲେ 

ଖେଳୁଛୁ ଯେ ହୋଇ ହସ।

ନଡ଼ିଆ ଛେନା ପୁରରେ 

ପୋଡ଼ପିଠା ମିଠାକୁ ଖାଇ,

ନୂଆ ଜାମାପିନ୍ଧି ରଜଭଳି ଆମେ

ସଜବାଜ ଅଛୁ ହୋଇ।

ନଖ ପାଲିସ ପାଦେ ଅଳତା

ଦେହରେ ଅତର ବୋଳି,

କେଡ଼େ ଢଙ୍ଗରେ ଗୀତ ଗାଇଗାଇ

ଝୁଲୁଛୁ ରଜଦୋଳି।

ରଜଦୋଳି କଟକଟ ମୋ ଭାଇ

ମୁଣ୍ଡରେ ସୁନା ମୁକୁଟ,

ଦେଖ ଦିଶେ କେଡ଼େ ଝଟଝଟ।

ରଜଦୋଳି ତଳେ ଭାଲୁ

ହଳଦୀ ବାଟିଲୁ କାହାକୁ ଦେଲୁ 

ଏ ପୁଅକୁ ନୁଖୁରା କଲୁ।

ବୁଲୁ ସାହି ସାହି ତାସ ଖେଳି

ପାଟିରେ ପାନ ଖାଇ,

ନୂଆବୋହୁ ବି ସଜବାଜ ହୋଇ

ପଟାଦୋଳି ଖେଳଇ।

ରଜ ଆସିଛି ଚାରିଦିନ ପାଇଁ

ପୁଣି ସେ ଚାଲିଯିବ ,

ଅନେଇ ଥିବି ସବୁ ବର୍ଷ ପରି

ଆର ବର୍ଷକୁ ଆସିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract