STORYMIRROR

NIBEDITA MOHAPATRA

Inspirational

2  

NIBEDITA MOHAPATRA

Inspirational

ଆସିଛି ନୂଆ ବର୍ଷ

ଆସିଛି ନୂଆ ବର୍ଷ

1 min
5.1K


ନୂତନ ସୂର୍ଯ୍ୟର ସ୍ବର୍ଣ୍ଣିମ ଆଭାରେ

ଝଲସିତ ହୁଏ ଏହି ଜଗତ,

ନବରୂପ କାନ୍ତି ଧାରଣ କରିଛି

ସତେ ଅବା ଆଜି ଏହି ମରତ।

ନବ ବର୍ଷ ଦେଖ ଆସିଛିରେ ପୁଣି

କେତେ ନୂଆ ଆଶା ନେଇ,

ସବୁ ମନ ଆଜି ଉତ୍ଫୁଲ୍ଲିତ ହୁଏ

ସ୍ବାଗତ କରିବା ପାଇଁ।

ପୂର୍ବ ଭେଦଭାବ ଭୁଲିଯିବା ଆମେ

ପରକୁ ଆପଣା କରି,

କେହି ରହିବେନି ଦୁଃଖ କଷ୍ଟେ ଏଠି

ସଭିଙ୍କୁ ନେବା ଆଦରି।

ପୋଛିଦେବା ଆମେ ଯାତନାର ଲୁହ

ଫୁଟାଇ ସଭିଙ୍କ ମୁଖେ ହସ,

ହିଂସା,ଦ୍ବେଷ,ରାଗ ଦୂରେଇ ଦେଲେରେ

ଏକତାର ହେବ ବାସ।

ଏ ବିଶ୍ବ ଭୁବନ ଗୋଟିଏ ପରିବାର

ସଭିଏଁ ଆମ ଭଉଣୀ ଭାଇ,

ସଭିଙ୍କୁ ବାନ୍ଧିଲେ ଏକତା ରଜ୍ଜୁରେ

ଦୁ୍ଃଖ ତ ଯିବ ଉଭେଇ।

ଅନ୍ୟାୟ ଦୁର୍ନୀତି ଦୂର କରିବାକୁ

ଆସରେ ନେବା ଶପଥ,

ଦୂରେଇ ପାରିଲେ ଏ ସବୁ ଅନୀତି

ପ୍ରତିଷ୍ଠିତ ହେବ ରାମ ରାଜ୍ୟ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational