STORYMIRROR

Sasmita Acharya

Inspirational Others

2  

Sasmita Acharya

Inspirational Others

ଆସିବୁ କି ଧନ ସତେ

ଆସିବୁ କି ଧନ ସତେ

1 min
13.7K


ଆସିବୁ କି ଧନ ସତେ

କୋଳକୁ ମୋହର

ଚାହିଁ ଚାହିଁ ଶୁଖେ ନାହିଁ

ଆଖି ନୀର ମୋର ||

ଛଟପଟ ଲାଗେ ପରା

ଏଇ ମୋ ଅନ୍ଧାରି ଜୀବନ

ଆସିବୁ ବୋଲି ତୁ ସୁନା

ମନ ମୋ ଉଚ୍ଛନ ||

ଡେରି ଆଉ କରନାରେ

ଆ ମୋ କୋଳକୁ ଆ

ଡାକି ଦେ ଡାକି ଦେ ଥରେ

ତୋ ଓଠରେ ମାଆ ||

ପୁରି ଯିବ ମନ ମୋର

ମାତୃତ୍ବ ପଣରେ

ରାଗିବିନି ଆଉ ଜମା

କଥା ଦଉଚିରେ ||


Rate this content
Log in

Similar oriya poem from Inspirational