STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆଶ୍ଚର୍ଯ୍ୟ ଅଣ୍ଡାକୃତି ଶସ୍ୟ କଥା

ଆଶ୍ଚର୍ଯ୍ୟ ଅଣ୍ଡାକୃତି ଶସ୍ୟ କଥା

2 mins
307

 

ଏକଦେଶେ ଥିଲେ ଏକ ମସ୍ତବଡ଼ ରାଜା l ସୁଖରେ ଥିଲେ ଦେଶର ସବୁ ଜନପ୍ରଜା ll ଏକଦା ଘଟିଲା ଗୋଟେ ବିଚିତ୍ର ଘଟଣା l ପ୍ରଜାଏ ପାଇଲେ ଏକ ବଡ଼ ଶସ୍ୟକଣା ll କୁକ୍କୁଟାଣ୍ଡ ଆକୃତିର ଆଶ୍ଚର୍ଯ୍ୟ ହୋଇଲେ l କଣଟିକୁ ନେଇ ସବୁ ରାଜନଙ୍କୁ ଦେଲେ ll ରାଜପତ୍ରଟିଏ ତହୁଁ ଦେଶେ ଜାରିହେଲା l

ଏ ଶସ୍ୟକି ଫଳୁଥିଲା କେକହିବ ଭଲା ll ଖୋଜି ତହୁଁ ପ୍ରଜା ଏକ ବୃଦ୍ଧକୁ ଆଣିଲେ l ଶସ୍ୟର ତଦନ୍ତ ଇଏ କହିବ ବୋଇଲେ ll ଠୁକୁ ଠୁକୁ ବୁଢ଼ା ଚାଷୀ ଦୃଷ୍ଟି ଶକ୍ତି କ୍ଷୀଣ l କହଇ ମୁଁ ଜାଣିନାହିଁ ପିତାକୁ ମୋ ଆଣ ll ଏମନ୍ତେ ପିତାଙ୍କ ପିତା ପ୍ରପିତା ଆସିଲେ l ସବୁଠାରୁ ବୃଦ୍ଧ ପୁଣି ସ୍ବାସ୍ଥ୍ୟବାନ ଥିଲେ ll ରାଜାଙ୍କ ପ୍ରଶ୍ନରେ ବୃଦ୍ଧ ଭାଷିଲେ ଉତ୍ତର l ଶୁଣ ଆହେ ନୃପ ସାଇଁ, ତଦନ୍ତ ଏହାର ll

ମୋ ସମୟେ ଶସ୍ୟସବୁ ଏହିପରି ଥିଲା l କ୍ରମେ ପୁଣି କ୍ଷୁଦ୍ରୁ କ୍ଷୁଦ୍ର କ୍ଷୁଦ୍ରତର ହେଲା ll ରାଜା ପ୍ରଶ୍ନ ପଚାରନ୍ତି ପୁଣି ଆହେ ଭାଇ l କାରଣ ଏହାର ଟିକେ କହିବେ ବୁଝାଇ ll ତୁମ୍ଭେ ଦିଶୁଅଛ ପୁଣି, ସ୍ବାସ୍ଥ୍ୟବାନ ଅତି l ନିର୍ବଳ ତୁମ୍ଭର ପୁତ୍ର, ପୌତ୍ର, ଅଣନାତି ll ବୃଦ୍ଧକୃଷକଟି କହେ ଶୁଣ ଆହେ ରାଜା l ଆମବେଳେ ଧରିତ୍ରୀକୁ କରୁଥିଲୁ ପୂଜା ll

ନିଜ ଶ୍ରମେ ଯାହା ପାରୁଥିଲୁ ଉପୂଜାଇ l କାଳହରୁଥିଲୁ ସର୍ବେ ଆନନ୍ଦରେ ଥାଇ ll କ୍ରମେ ସଭିଙ୍କର ଲୋଭ ବହୁ ବଢ଼ିଗଲା l ଲୋଭୁ ପାପ ଏଣୁ କରି ଅଧର୍ମ ବଢ଼ିଲା ll ପରାର୍ଜିତ ବିତ୍ତ ଲୋକେ ମଣି ନିଜବିତ୍ତ l ଧରଣୀ କଷଣୁ ଶସ୍ୟକଣ ସବୁ ଛୋଟ ll

 ଋଷି ଟଲଷ୍ଟୟଙ୍କ ଏ ଋଷୀୟ କାହାଣୀ l କାହାଣୀ ନିଷ୍କର୍ଷ ଦିଏ ଏ ମହତ ବାଣୀ ll କର୍ମକର, କର୍ମକର, କର୍ମେ ଜୀଅ ନର l

କର୍ମ ଧର୍ମେ ଆତ ଜାତ ଚନ୍ଦ୍ର ଦିବାକର ll କର୍ମାର୍ଜିତ ବିତ୍ତେ, ସଦା ରହି ଥାଅ ସୁଖି l ପରମାର୍ଥ ପ୍ରାପ୍ତି ଯାକୁ ଭଗବାନ ସାକ୍ଷୀ ll


Rate this content
Log in

Similar oriya poem from Inspirational