STORYMIRROR

Sunanda Mohanty

Classics

3  

Sunanda Mohanty

Classics

ଆଶା ଅନେକ

ଆଶା ଅନେକ

1 min
217

ବାଳିକା ବଧୂର ସ୍ବପ୍ନ ଅସୁମାରୀ 

ମୟୂରୀ ନୁହେଁ ଜାଣିବ ଶ୍ରାବଣ ଠିକଣା 

ଚାକୋରୀ ନୁହେଁ ବି ଜାଣିବ ଚାନ୍ଦର ଠିକଣା 

ଆଶା ଅସୁମାରୀ ଭାଙ୍ଗି ଦିଅନା ହରି 

      ଚନ୍ଦନ ବିନ୍ଦୁରେ ଆଶା ଅନେକ 

      ପୂର୍ଣ୍ଣମୀ ଇନ୍ଦୁ ରେ ସ୍ବପ୍ନ ଜୀବନ ଯାକ 

       ଧୂପ ଦୀପ ସଞ୍ଜସଳିତାରେ ଏତେ ମହକ 

       ଛଡାଇ ନିଅନା ସ୍ବପ୍ନ ହେ ଶିବଶଙ୍କର ରକ୍ଷକ 

ଆଧା ବାଟରେ ଠିଆ କରି ଅଫେରା କରନା 

ବାକିଥିବା ଗଳ୍ପ ସବୁ ଲେଖିବାକୁ କିଆଁ ମନା 

କବିତା ଗୀତି ରେ ଆଉ ମନ ତ ଲାଗେନା 

ଭରସା ଦିଅ ଲଷ୍ମୀମା, କରେ ବନ୍ଦାପନା 

        ରୁପାବଗିଚାରେ ସୁନାଗଛରେ ମୋତି ହୀରା 

        ସୁନାମୁକୁଟରେ ରୁପାଚଢେଇର ଗତି ବଡ ଧୀରା 

        ଚିନ୍ହା ବାଟ ଅଚିନ୍ହା ହେଲେ ସବୁ ତ ଅଧୁରା 

        କରେ ପ୍ରଣିପାତ ନବଗ୍ରହେ ହୁଅ ସାହା ଦିଅ ଧରା 

ଡାକଘରୁ ଚିଠି ସବୁ ଜଣାନାହିଁ କିଏ ନେଇଗଲା 

ଆଧାବାଟେ ଗାଡି ରହିଗଲେ କିଏ ମାନିବ ଭଲା 

ଫୁଲପାହାଡର ଝରଣାକୂଳରେ ଘରଟା ଆଧା ରହିଗଲା 

ଚାନ୍ଦିନୀ ତ ହସିଲାନି କଳାମେଘ ସବୁ ନେଇଗଲା 

        ତେତ୍ରିଶଶହକୋଟି ଦେବଦେବୀ ସାହା ହୁଅ ଭଲା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics