STORYMIRROR

Dr.Sashi Bhushan Mohapatra

Romance Inspirational

3  

Dr.Sashi Bhushan Mohapatra

Romance Inspirational

ଆସ ମୁଁ କହିଦେବି

ଆସ ମୁଁ କହିଦେବି

1 min
192

ଭଲପାଇବାର ଆଲୋକରେ

ଜୀବନ ସଳିତା ଜାଳିଦେବି

ପ୍ରେମରେ ତ୍ୟାଗର ରଙ୍ଗ କ’ଣ

ଆସ ମୁଁ ତୁମକୁ କହିଦେବି

ପ୍ରେମରେ ନିର୍ବାଣ କେମିତି ପାଇହେବ

ଆସ ମୁଁ ରାସ୍ତା ବତାଇଦେବି ।


ପ୍ରେମରେ ସବୁକିଛି ଦେଇହୁଏ

ପାଇହୁଏ ଚିରକାଳ ପାଇଁ,

ତ୍ୟାଗଟିକେ ଥିବ ଯଦି ପ୍ରେମରେ

ଜୀବନଟା ବାଟବଣା ହେବନାହିଁ,

ପ୍ରେମକେବେ ପ୍ରତାରଣା ନୁହେଁ

ପଥବଣା କରେନି କାହାକୁ, 

ଅଲଗା ବି କରେନାହିଁ ଆତ୍ମାକୁ

ମନ,ପ୍ରାଣ ,ଶରୀରଠୁ ।

ତ୍ୟାଗର ଧର୍ମରେ

ଅମୃତ କରିଦିଏ ପ୍ରତିଟି ସତ୍ତାକୁ ।


ଦେହର ରଙ୍ଗ ବଦଳି ଯିବ

ବଦଳି ଯିବ ଦେହର ଭୂଗୋଳ

ବଦଳିବ ନାହିଁ ପ୍ରେମର ରଙ୍ଗ

ଚିରକାଳ ରହିବ ଅମଳିନ ।

ହସି ହସି ସହିହେବ

ନୀରବରେ ପିଇ ହେବ

ଅଧା ଅଧା ସବୁ ବାଣ୍ଟିହେବ

ବେଦନା ଯାତନା ଯେତେ ସବୁ ।

ପ୍ରେମ ଯଦି ଅମଳିନ ନୁହେଁ

ପୁଣ୍ୟ ପାଇଁ ପ୍ରେମରେ ମରିହେବ

ବାରମ୍ବାର ଜନ୍ମିବାକୁ ।


ଜୀବନର ଦେହ ବଗିଚାରେ

ଦେହ ଯାହା ଗୋଟେ ଆତ୍ମାର ଘର

ତ୍ୟାଗ ଆଉ ସମର୍ପଣରେ

ଦିବ୍ୟଭାବ ଉଠିବ ଫୁଟି

ପିୟୁଷ ଝରିବ ଜୀବନରୁ ନୀତି

ନୂଆକରି ଇତିହାସ ଲେଖିବ

ପ୍ରେମରେ ତ୍ୟାଗର ରଙ୍ଗ କେତେ ଅଛି ।


Rate this content
Log in

Similar oriya poem from Romance