STORYMIRROR

Pranati Mahapatra

Inspirational Children

4  

Pranati Mahapatra

Inspirational Children

ଆସ କରିବା ଯୋଗ

ଆସ କରିବା ଯୋଗ

1 min
259


ସୁସ୍ଥ ନିରାମୟ ନୀରୋଗ ନିମିତ୍ତ

ଲୋଡ଼ା ଯୋଗ ପ୍ରାଣାୟାମ,

ପ୍ରାତଃ ସୌଚ ସମାପନେ ଯୋଗ କଲେ

ସୁସ୍ଥ ସ୍ଵାସ୍ଥ୍ୟ ହେବ ଆମ।


ଆଳସ୍ୟକୁ ପରିହାର କରି ପ୍ରାତେଃ 

ନିର୍ମଳ ବାୟୂ ସେବନ,

ସ୍ୱଚ୍ଛ ପରିବେଶ ପୁଣି ଶାନ୍ତ ମନେ

ଯୋଗାରମ୍ଭ ନିତ୍ୟ ଜାଣ।


ପ୍ରତ୍ୟହ ପ୍ରାତଃ ଆଉ ସାୟଂକାଳେ

ନିଶ୍ଚିନ୍ତ କରିବା ଯୋଗ,

ଦିବ୍ୟଶକ୍ତି ଆଉ ତେଜୋଦୀପ୍ତ ଆଭା

ଶରୀର ସଦା ନୀରୋଗ।


ଓଁକାର ନାଦରୁ ଆରମ୍ଭ ଯେ ଯୋଗ

ନିଶ୍ଚିନ୍ତ ମନରେ କଲେ,

ଷଢ଼ରିପୁ ହଟିଯାଇ ସତ୍ୟଧର୍ମେ

ଶାନ୍ତି ମିଳଇ କରିଲେ।


ଆସୁରିକ ଭାବ ଦୂରୀଭୂତ ହୁଏ

ଦେବତ୍ଵ ଭାବ ପ୍ରକାଶ,

ସାତ୍ତ୍ଵିକ ଆହାର ରୂଚିପୂର୍ଣ୍ଣ ପୁଣି

ଦିବ୍ୟଚେତନା ଆଭାସ।


ସଦା ସୁଖୀ ସଦା ସତପଥ ଆଉ

ନୀରୋଗ ସୁସ୍ଥ ଶରୀର,

ଯୋଗ ପ୍ରାଣାୟାମ କରି ମୁନି ଋଷି

ଜଗତର ଉପକାର।


ଆସ କରିବା ଯୋଗ ପ୍ରାଣାୟାମ

 ରଖିବା ସୁସ୍ଥ ଶରୀର, 

ନ ଥିବ ତ ଚିନ୍ତା ରୋଗବୈରାଗର

ହସି ଉଠିବ ସଂସାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational