STORYMIRROR

Anil kumar Pradhan

Abstract

3  

Anil kumar Pradhan

Abstract

"ଆସ ଗଢିବା ମାଆ "

"ଆସ ଗଢିବା ମାଆ "

1 min
477

ସୁନ୍ଦର ପୃଥିବୀ ଗଢ଼ିବା ପାଇଁ

ଭାଈମାନେ ଏକ ହୁଅ

ମାଟିମାଆ ପ୍ରେମ ନଭୁଲିବା ପାଇଁ

ରକ୍ତ ନିଗାଡ଼ି ଦିଅ

ସବୁଜ ମାଆର ସବୁଜ ସନ୍ତାନ

ଆସ ହୁଙ୍କାର କରି

ଚୁରମାର କର ଦୁର୍ନୀତି ଚେର

ବଞ୍ଚୁ ସତ୍ୟବୃକ୍ଷ ସବୁରି

ମିଥ୍ୟା ବକ୍ତବ୍ୟ ମିଥ୍ୟା ପ୍ରତିଶୃତି

ଜୀବନରେ କେବେ ଶୁଣନା

ଆତ୍ମ ସ୍ଵାର୍ଥେ ଯିଏ କରେ ତୁମ କାମ

ହାତରେ ତା' ହାତ ମିଶାଅନା

ବାଜୁ ଏଠି ସତ୍ୟ,ଶାନ୍ତିର ଶଙ୍ଖ

ଦୟା କ୍ଷମା ହେଉ ଭୂଷଣ

ସଂସ୍କୃତି -ଐତିହ୍ୟ -ପରମ୍ପରା ଆମ

ପାଉ ସବୁଠାରେ ସମ୍ମାନ

ଡେରି କର ନାହିଁ ଆସରେ ଆସରେ

ହେ ବୀର ଓଡ଼ିଆ ପୁଅ

ପଶ୍ଚାତ୍ୟ ଆଜି ଆକ୍ରମଣ କରେ

ପଛେ ନପାଇବ ଖିଅ

ନିତି ସୈନ୍ୟ ଏଠି ରକ୍ତ ଝରାଏ

କୃଷକ ଦିଏ ଜୀବନ

ନିର୍ଲଜ ପଙ୍ଗୁ କେବେଵା ଉଠିବ

ଏକଥାକି ତୁମ ଶୁଣୁନ

ବୈଜ୍ଞାନିକ ଏଠି ଗଢେ ନୁଆସୃଷ୍ଟି

ଗଢେ ପରମାଣୁ ବୋମା

ସନ୍ତ୍ରାସ ଏଠି ଚୁରମାର କରେ

ମାଆ ଶରୀରର ପରିସୀମା

ନିଃସହାୟ ହୋଇ ଜନ୍ମଦାତ୍ରୀ ଆଜି

କାନ୍ଦୁଛି ତୁମରି ଆଗେ

ଲଜ୍ଜା ଲାଗୁନାହିଁ ତା' ସନ୍ତାନ ବୋଲି

ପରିଚୟ ଦିଅ ଗର୍ବେ

ପଶୁ ଚରିତ୍ରରେ ବଳତ୍କାର କର

ସୃଷ୍ଟି ନାଶୁଛ ସୃଷ୍ଟିରୁ

କାପୁରୁଷ ତୁମେ ଅଣଶକ୍ତି ଯଦି

ପ୍ରାଣଯାଉ ଯାଉ ସମାଜରୁ

ଏ ମାଟିର ବୀରସନ୍ତାନ ସବୁ

ଜାଗିବାର ଅଛି ଆଜି

ବୀରପ୍ରସବିନୀ ଡାକୁଛି ତୁମକୁ

କଙ୍କାଳ ଉଠ ତେଜି

ଜାଗୁ ଚିତ୍ତେତୁମ ପୁରୁବ ଗୌରବ

ଓଡ଼ିଆ ବୀରସନ୍ତାନ

ଫୁଟାଇ ତୁମର ଥଣ୍ଡାରକ୍ତକୁ

ଦିଅ ମାଆ ପାଇଁ ବଳିଦାନ

ଶିରାପ୍ରସିରା ପ୍ରଖରିତ ହେଉ

ଲୋମ ଉଠୁ ଟଙ୍କାରି

ସବୁଜିମା ସାଜି ପୁଣି ହସୁ ମାଆ

ତୁମକୁ କୋଳରେ ଧରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract