ଆସ ବାଣ୍ଟିବା ଖୁସି
ଆସ ବାଣ୍ଟିବା ଖୁସି

1 min

293
ଗଣି ଗଣି ଯଦି ପକାଇବା ପାଦ
ଜୀବନର ଚଲାପଥେ
ଦୁର୍ଲ୍ଲଭ ହୋଇବ ଏ ମଣିଷ ଜନ୍ମ
ନିବିଡ଼ତା ପଣପାଇବା କେତେ ।
ଯେତେ ଥିବ ଆମ ହୃଦୟେ ମହକ
ବିତରିବା ଆମେ ଦୁନିଆ ପାଇଁ
ଗଢିବା ସମ୍ପର୍କ ନୂଆ ନୂଆ କେତେ
ସ୍ନେହ ମମତା ର ପରଶ ଦେଇ ।
ହସ ଭରିଦେବା ସଭିଙ୍କ ମୁଖରେ
ନିଜ ଯନ୍ତ୍ରଣା କୁ ଭୁଲି
ପର ଦୁଃଖ ପାଇଁ ଉତ୍ସର୍ଗୀତ ହେଲେ
ନିଜ ଦୁଃଖ ଯିବ ଚାଲି ।
ମଧୁମକ୍ଷୀକାଟି ଛୋଟିଆ ହେଲେବି
ବୁଝେ ସେ ସମୟ ସ୍ୱର
ପର ଉପକାରେ ଯାଏ ତା'ଜୀବନ
ସଞ୍ଚି ଅମୃତ ର ଝର ।
ଅପବାଦ ନିନ୍ଦା ତିରସ୍କାର ପାଇଁ
ଦୁଃଖ କେବେ କରନାହିଁ
ଛାତି ତଳେ ଅଛି ଯେତିକି ସ୍ପନ୍ଦନ
ବାଣ୍ଟ ପରହିତ ପାଇଁ ।