STORYMIRROR

Eli Mohanty

Inspirational

2  

Eli Mohanty

Inspirational

ଆରକ୍ଷଣ - ୭

ଆରକ୍ଷଣ - ୭

1 min
14.4K



ପକ୍ଷୀ !

ନିଦରୁ ଉଠି ଥରେ ଦେଖ

ତୋର ଅଧା ଖୋଲାଆଖିକୁ ସିଇଁବା ପାଇଁ

ମୋ ଆଖିରୁ ନିଗିଡି ପଡୁଛି

କେତେ ରଂଗର ଲୁହ !

ତୋତେ ସାରା ବିଶ୍ୱ ଆଗରେ

ଦୟନୀୟ କରି ରଖିବାକୁ

ମୁଁ ଅଳ୍ପ ଅଳ୍ପ କରି କାଟୁଛି ତୋ ଡେଣା

ତୋ ବିକଳ ବିଳାପକୁ

ଘୋଷାରି ଘୋଷାରି ତିଆରି କରୁଛି

ନୂଆ ବାଟ।

ତୋର ଅଧନଂଗଳା

ଦେହର ସ୍ପର୍ଶକାତର ଅଂଶ ଓ କ୍ଷତାକ୍ତ ଡେଣାର

ଫଟୋ ଚଢା ଦରରେ ବିକ୍ରି ହେଉଛି

ବିଶ୍ୱ ବଜାରରେ ।

କହ ପକ୍ଷୀ,

ସିଂହାସନରେ ବସି ତୁ କଣ ଛାଡି ପାରିଛୁ

ଘୁଣପୋକ ଖାଇବାର ଲୋଭ ?

ନା ମୁଁ ତୋତେ ଆଜି ଯାଏ

ଶିଖେଇବାକୁ ଚାହିଁଛି ଅଣଚାଶ ଭାଗ ଆକାଶର ଧୃଷ୍ଟତାକୁ ମାଫ୍ କରି

କେମିତି ଭରିବାକୁ ହୁଏ ଆକାଶରେ

ସ୍ୱପ୍ନର ଉଡାଣ ??

ଶତ ପ୍ରତିଶତ !!

ତଥାପି,

କଟା ଡେଣାର କରୁଣ ନେତ ଧରି

ତୁ ଯେବେ ଅଧିକାରର କଥା କହୁ

ମୁଁ ହସେ।

ସେତେବେଳେ ତୋତେ ସର୍ବ ଶେଷ ପାହାଚରେ ରଖିଥିଲି

ଏବେ ଉର୍ଦ୍ଧ୍ବରେ ରଖିଛି

ଆଜିବି ମୁ୍ଁ ତୋତେ ମୋ ପାଖରେ ବସିବାର

ସୁଯୋଗ ଦେଇନି ।

ଆଜିବି ତୁ ବୁଝିପାରିନୁ

ମୋ ଯୋଗୀବେଶର ରହସ୍ୟ ?

ତୁ ଧରି ରଖିପାରିନୁ ତୋ ଧନୁତୀର

ମୁକୁଳେଇ ପାରିନୁ ତୋ ବୁଢା ଆଂଗୁଠି !

ଯୋଉ ବୁଢା ଆଂଗୁଠି ଉପରେ ନିଅଁ ଖୋଳି

ଏବେ ତିଆରି ହେଉଛି ଗୋଟିଏ ବିଧ୍ୱସ୍ତ ଦେଶ

ଭାଗ ଭାଗ ହେଉଛି ଶତ ଶତ ଏକଲବ୍ୟର ପାଦ ତଳ ଭୂଇଁ

ଆଜି ବି ତୋ ବୁଢା ଆଂଗୁଠି ସହ

ଜାରି ରହିଛି ମୋର ବିରାମହୀନ ଖେଳ.!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational