STORYMIRROR

Mamatamanjari Das

Tragedy

4  

Mamatamanjari Das

Tragedy

ଆର ଜନମରେ....

ଆର ଜନମରେ....

1 min
244


ତୁ' ଆସିବୁ ବୋଲି ତ

ମୁଁ କୋଉ ଯୁଗରୁ ଅନେଇ ଥିଲି

ସବୁ ସପନକୁ ଏକାଠି କରି

ତୋ'ବାଟ ଦେଖୁଥିଲି, ରୂପ ଆଙ୍କୁଥିଲି ।


ପ୍ରତି ଫୁଲରେ ପତ୍ରରେ ତୋ' ବାସ୍ନା ପାଉଥିଲି

ତୁ' ମୋର ଜହ୍ନଟିଏ ହେବୁ

ନ ହେଲେ ସୂର୍ଯ୍ୟଟିଏ

ତୋ' ଶୀତଳ ସ୍ପର୍ଶରେ ବଶ ହୋଇଯିବି

ନହେଲେ ଧୂ ଧୂ ଖରାରେ ଝାଉଁଳି ପଡିବି ।


ତୋ' ପାଇଁ ତ ମୋର ସବୁ ତପସ୍ୟା

ସବୁ ଝଡ ଝଞ୍ଜାର ସାମ୍ନା

ତୁ' ତ ଥିଲୁ ମୋର ଅୟୁତ ଜନ୍ମର

ପୂଣ୍ୟ ଫଳଟିଏ

ତୋ' ଆସିବା ପଥକୁ ଚାହିଁ ଦିନ ଗଣୁଥିଲି।


ତୁ' ଆସିବୁ ,

ମୋ ଖୋଜିଲା ଆଖିକୁ

ବନ୍ଦ କରି ଡାକିବୁ ,,

ମୁଁ ଚମକିଲା ବେଳେ

ତୁ ' ଫିକ୍ କରି ହସି ଲୋଟି ଯିବୁ

ମୋ ଲମ୍ବା ପଣତରେ ।


ହେଲେ......

ମୋ ସ୍ୱପ୍ନ ଆଜି ହଜି ଯାଇଛି

କାଳର କରାଳ ସ୍ରୋତରେ

ମୁଁ ଆଜି ମୃତ୍ୟୁକୁ ଅପେକ୍ଷା କରିଥିବା

ଜୀବନ୍ତ ମଡାଟିଏ ,,

ଏଇ ଦେଖ୍ ମୋ ହାତ କିପରି ଶକ୍ତିହୀନ

ତୋତେ ଧରି ରଖିବାରେ

ମୋ ମାତୃତ୍ୱ ଆଜି ଶୋଇ ଯାଇଛି

ନିଘୋଡ ନିଦରେ ।


ମୁଁ ଆଜି ପଙ୍ଗୁ ତୋତେ ସ୍ୱାଗତ କରିବାରେ

ତୁ' ଫେରିଯା ଫେରିଯା ଧନ

ଯଦି ପାରୁ ଆସିବୁ

ମୋ ପ୍ରତୀକ୍ଷିତ ମନର

ଆର ଜନମରେ .......।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy