STORYMIRROR

Sudhir Kumar Panda

Abstract

2  

Sudhir Kumar Panda

Abstract

ଆପାସୋରା ସ୍ମୃତିରେ ପର୍ବ

ଆପାସୋରା ସ୍ମୃତିରେ ପର୍ବ

1 min
374

ପିଲା ଦିନ ଗାଆଁ ଦାଣ୍ଡ ରଥ ଯାତରା

ଦଶ ଦିନ ବୁଲୁଥିଲୁ ହୋଇ ବାତରା

ଓଡ଼ିଆ ଜାତିର ଦିଅଁ ସେ ଜଗନ୍ନାଥ

ଭାଇ ଭଉଣୀ ସହିତ ଦେଖ ସଙ୍ଗାତ

ମାଉସୀ ଘରକୁ ଯିବା ଛଳରେ ଆସି

ଭକ୍ତ ଦରଶନ ଦିଏ ମନ ହରସି

ରଥଟଣା ଯାତ୍ରା ଚଣା ମନ ହରସେ

ଦିଅଁ ଦରଶନ ହୁଏ ଦିବ୍ୟ ପରଶେ

ଦଶ ଅବତାର ବେଶ ମାଉସୀ ଘରେ

ତୁମ ଋପ ଦେଖିବାକୁ ମନଟି ଘାରେ

ସନ୍ଧ୍ୟା ବେଳ କଟୁଥିଲା ଖେଳ ବୁଲରେ

ପାଠପଢା ସେତେ ଦିନ କିଏ ପଚାରେ

ଇଏ ଦିନ ଗୁଡା ଥିଲା ଖୁସିର ସାଥେ

ଜୟ ଜୟ ଜଗନ୍ନାଥ ଜଗତ ନାଥେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract