ଆଣିବା ଆଲୋକମୟ ମୁହୂର୍ତ୍ତ
ଆଣିବା ଆଲୋକମୟ ମୁହୂର୍ତ୍ତ
ଏତେ ବଡ଼ ଦୁନିଆରେ
ଲୁହ ଜଳ ଭରା ପୃଥିବୀରେ
ଆଉ ଏକ ନୂଆ ସକାଳରେ
ସରାଗର ଉଷ୍ଣତାରେ
ନୂଆ ମନ ମାନସରେ
ପୋଡା ଗନ୍ଧ ବାହାରୁଥିବା ଗଣ୍ଠିଲିକୁ ନେଇ
ସପନମୟ ଆଖିରେ ରହିଛି ଅନାଇ
ନୂହେଁ ମୁଁ ଏକା ହେ ଭଉଣୀ ଭାଇ ମୋର
ବନ୍ଧୁ ପରିଜନ ଚତୁର୍ପାଶେ ଅଛନ୍ତି ମୋର
ଧରି କୁମୁଦର ଅଧୀରତା
ଦେବାକୁ ସରବଂକୁ ପ୍ରେମ ବାରତା !!
ମୌନ କିମ୍ପା ହେ ଭଉଣୀ ଭାଇ
ହରଷ ବଦନ କାହିଁକି ନାହିଁ
ଲେଖିବା ନୂଆ କବିତା
ଯେଉଁଥିରେ ଥିବ ମନୁଷ୍ୟର ଦରଦ କଥା
କାଠ ହୋଇଥିବା ଓଠରୁ ଝରାଇବା ହସ
ଢାଳିଦେବା ଅବାରିତ ମିଠା ମହୁର ରସ
କାଳିମାକୁ ହଟାଇବା ହୃଦ ଅଗଣାରୁ
ମୁକ୍ତ ହେବା ଫାଶ ପକାଇ ରାସ କରିବାର ଫନ୍ଦି ଫିକରରୁ
ଜାଗୃତି କରିବା ମଣିଷ ସମାଜକୁ
କିପରି ମଣିଷ ଶୁଆ ପରି ହେଉଛି ଛଟପଟ ପଞ୍ଜୁରୀ ଆଡକୁ
ହାତ ବଢାଇବା କଟା ହାତ କଟା ମୁଣ୍ଡ ଆଡକୁ
ଦୁଇ ଖଣ୍ଡ ହାଡରେ ଦୋହଲୁଥିବା କଙ୍କାଳ ଗୁଡକୁ
ସେମାନେ ବି ଦେଖିବେ ନୂଆ ସକାଳକୁ
ଆପଣାପଣର ଲହୁଣି ଭରି ଦେବା ପାଇଁ !!
ଚାଲ ସବୁ ସ୍ୱାଧୀନତା ଚେତା ମଣିଷ ଯେତେ
ଆଉ କେତେ ଏମିତି ମାଗିଖିଆ ପ୍ରକୃତିକୁ ନେଇ
ଲୁଚି ଲୁଚି ପିଉଥିବା କ୍ଷୀର ବିଲେଇମାନଙ୍କୁ ନେଇ
ନ ଜଗାଇ ଶୋଇ ରହି ବିତାଇବା କେତେ ଦିନ
ଦିନୁ ଦିନ ଦେଶର ଅର୍ଥନୀତି ହେଉଛି କ୍ଷୀର୍ଣ୍ଣ
ପୁଞ୍ଜିପତି ପୋଷଣରେ କଟୁଛି ଦିନ ମାସ ବର୍ଷ
ଶାନ୍ତିର ଭାବର ଅଭାବେ ଦିନ ହୋଇଯାଏ ଶେଷ
ଫେରିଯିବା ଅତୀତର ସ୍ୱାଧୀନତା ସଂଗ୍ରାମର ଇତିହାସ ପୃଷ୍ଠାକୁ
ଏ ହୃଦୟର ଚଟାଣ ଉପରେ ସାଉଁଟିବା ଚିରା ଚରିତ୍ରକୁ
ରହିଯିବା ଅପେକ୍ଷାରେ ଶୋଷଣ କଷଣର ଅନ୍ତ ଘଟାଇବାକୁ
ଏ ଜନମେ ନହେଉ
ସାତ ଜନ୍ମ ପାଇଁ ହେଉ
ଆମ ମନର ମଳୟର ପରସରେ ରଙ୍ଗ ତୁଳି ଧରି
ବାରଶ ବଢେଇ ପାଇଁ ଧର୍ମପଦ ପରି !!
ତା ହେବ ସର୍ବସାଧାରଣର ରକ୍ତ ମାଂସ କଥାରେ ତିଆରି
ଯାହା ଥିଲା ଏଯାବତ ଅନାବିଷ୍କୃତ କାହାଣୀ ପରି
ବିଛୁରି ଦେବାକୁ ହେବ ସମ୍ଭାବନାର ବୀଜ
ଆମକୁ ହେବାକୁ ପଡିବ ସଜବାଜ
ଜାଗି ଉଠ ହେ ମୋର ସାହିତ୍ୟିକଗଣ
କବିର ହୃଦୟ ଆଗାଢ଼ ଗଭୀରର ଗାନ
ଛୁଇଁବ ସରବ ଜନତାଂକ ମନ
ହାରିବା ନାହିଁ କେବେ ଜାଣ
ଅବିରତ ଲେଖି ଚାଲିବା କବିତା ଓ କଥାରସ
ଆଣି ଦେବ ପରିବର୍ତ୍ତନର ପିଉସ
ଭସ୍ମୀଭୂତ କରିବା ଶୋଷଣର ଅତୀତ
ବର୍ତ୍ତମାନରେ ଭରିବା ମିଠା ରସସିକ୍ତ
ପୁରୁଣାରୁ ନୂଆ ହେବାର ଏକ ଆଲୋକମୟ ମୁହୂର୍ତ୍ତ !!
କୋରି କୋରି ଖାଉଥିବା ବିଷାକ୍ତ କୀଟକୁ
ଧ୍ୱଂସ କରିବାକୁ
କଳାରାତି ପାହି ଏକ ନୂଆ ସକାଳ ହେବାକୁ
ସବୁ ଦୁଃଖଦ ସ୍ମୃତିକୁ ସମୟର ଯଜ୍ଞ କୁଣ୍ଡରେ
ଆହୁତି ଦେବାର ସମ୍ଭାବନାରେ
ମୋ ଭଳି ଜଣେ ଅକୀଞ୍ଚିନ ମଣିଷ
କରେ ଶୁଭେଚ୍ଛା ଶୁଭକାମନା ବଞ୍ଚିବାର ସାହସ ନିମନ୍ତେ
ସମସ୍ତଙ୍କ ସୁଖ ଶାନ୍ତି ସମୃଦ୍ଧି ନିମନ୍ତେ !!
ଜୟ ଜଗନ୍ନାଥ ସ୍ୱାମୀ