STORYMIRROR

Jasoda Majhi

Classics

4  

Jasoda Majhi

Classics

ଆମର୍ ପୁଷପୁନି ତିହାର୍

ଆମର୍ ପୁଷପୁନି ତିହାର୍

1 min
304

ପୁଷ ମାସର ପୁଷ ପୁନି

 ବଡ଼ଖା ତିହାର୍ ଭାଇ ଆମର୍

 ଖାଇ ପିଇ କରି ମଜା ନିଅ

 ପରବ୍ ଗୁଟେ କେଡେ ସୁନ୍ଦର୍ ll

 

ଝୁଲା ମୁନା ଗୋଟେ ଧରି କରି 

ଚାଲ ଜିମା ମାଗି ଛେର୍ ଛେରା

ସଂସ୍କୃତି ଭିତ୍ରେ କେଡେ ସୁନ୍ଦର୍ 

କେଡେ ସୁନ୍ଦର୍ ପରମ୍ପରା ll


ଘର୍ ଘର୍ ବୁଲି ପରା ପରା

ସାଙ୍ଗର୍ ଜୁଲି ମାନ୍ କର୍ ସାଙ୍ଗେ

ଛେର୍ ଛେରା ଗୀତ୍ ସଂଗେ ସଂଗେ

ନାଚୁଥିମା କେଡେ ଢଙ୍ଗେ ll


ଖିରି ପିଠା ମଡ଼ା ବନେଇ କରି

ଖାଅ ହୋ ସର୍ଦା ମନେ

କୁକୁଡ଼ା ମାଂସ ଶିକାର୍ ଝୋଳ୍

ମୁଲ କଥା ଇ ଦିନେ ll


ଭାବର୍ ପୁଷ ପୁନି ଭାବ୍ ନେଇ କରି

ଆଇଛେ ଆମର୍ ଗାଁ

ଭାବ୍ ଦିଆ ନିଆ ସରଗର୍ ସୁଖ୍

ମିଳିମିଶି ରହି ଥିମା ll 

 



Rate this content
Log in

Similar oriya poem from Classics