Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Children

4  

Pratima Satpathy

Children

ଆମେ ସବୁ କୁନି କଳି.

ଆମେ ସବୁ କୁନି କଳି.

1 min
378



ଆମେ ସବୁ କୁନି କଳି, କିଏ ହେବ ଆମ ଭଳି,

ଭାରତରେ ଜନ୍ମି ଆମେ ହୋଇଛେ ଧନ୍ୟ

ସ୍ନେହ ଆଦରେବଢି ବା, କଢ଼ିରୁ ଫୁଲ ହୋଇବା,

ବାସନାରେ ମହକିବ ଏ ମର୍ତ୍ତ୍ୟ ଧାମ

   ପିତା ମାତା ଆମକୁ ପାଇ

ଗର୍ବ କରିବେ ଆମର ଗାରିମା ଗାଇ ।


ଜୀବନର ଲକ୍ଷ୍ୟ ପଥେ, ଆଗେଇ ଯିବା ସମସ୍ତେ

ଜାତି ଭେଦ ଭାବ ଭୁଲି, ଏକତ୍ରହୋଇ

ଆମେ କୁନି ବିଶ୍ୱ କର୍ମା, ନୂତନ ସୃଷ୍ଟି ସର୍ଜନା,

କରିବା ଆନନ୍ଦେ ଶାନ୍ତି, ଧ୍ଵଜା ଉଡ଼ାଇ

   ସ୍ନେହ ପ୍ରେମ, ଭାବ ଡୋରୀରେ

ବାନ୍ଧି ଦେବା ସମସ୍ତଙ୍କୁ ଦୃଢ଼ ମନରେ ।


ଗଢି ସୁନାର ଭାରତ, ମନ ହେବ ପୁଲକିତ,

ଆକାଶ, ପୃଥିବୀ ସବୁ ଉଠିବେ ହସି

ସ୍ୱର୍ଗୁ ଦେବତାଏ ଆସି, କୁସୁମ ଦେବେ ବରଷି,

ଆଶୀର୍ବାଦ ପାଇ ଆମେ ହୋଇବା ଖୁସି

ନୂଆ ବିଶ୍ୱ ଦେବାରେ ଗଢି

ଜୀବନ ସାର୍ଥକ ହେବ ବାସ୍ନା ବୀତରି ।


ପାଠ ପଢି ଦେଶ ଗଢି, ଶତ୍ରୁକୁ ବିନାଶ କରି,

ବୃକ୍ଷ ଲଗାଇଣ ରୋକିବା ପ୍ରଦୂଷଣ

ସ୍ୱଚ୍ଛ ଭାରତ ଗଢ଼ିବା, ହାତେ ହାତ ମିଶାଇବା,

ଦୁଃଖି, ଦରିଦ୍ର ଙ୍କ ଆଖି ଲୁହ ପୋଛିଣ

   ଛୁଟେଇବା ହସର ସୁଅ

ତୁଟିଯିବ ରୋଗ, ଶୋକ, ଦୁଃଖର ଭୟ ।


ଧରଣିର ସୁନା ଫୁଲ, କିଏ ହେବ ଆମ ତୁଲ,

ପଦ୍ମ ପତ୍ରେ ଜଳ ପରି ଆମେ ନିର୍ମଳ

ଚନ୍ଦ୍ରଶୀତଳ ଜୋଛନା, ମରୁରମରୁ ଝରଣା

ନୂଆ ସୂର୍ଯ୍ୟ କିରଣ ପରି ଝଲ ମଲ

   ମନେ ଭରି ନୂଆ ସପନ

ଗଭୀର ସାଗରେ ଆମେ ମୁକ୍ତା ସମାନ ।


କମ୍ପ୍ୟୁଟର ଯୁଗ ପିଲା, କର୍ମେ ହୋଇ ମତୁଆଲା,

ଶିଳ୍ପ କାରଖାନା ଗଢି ଶିକ୍ଷାନୁଷ୍ଠାନ

ବିଜ୍ଞାନକୁ ପାଠ କରି, ପାହାଡ଼, ପର୍ବତ ଚଢ଼ି,

ସ୍ବର୍ଣ୍ଣାକ୍ଷରେ ଇତିହାସ ସୃଷ୍ଟି କରିଣ

  ସୁଯୋଗ୍ୟ ସନ୍ତାନ ହୋଇଣ

ବଢ଼ାଇବୁ ଯଶ, ଖ୍ୟାତି, ଦେଶର ଜାଣ ।


Rate this content
Log in

Similar oriya poem from Children