ଆମେ ଓଡ଼ିଆ -ରୀତା ଅପରାଜିତl
ଆମେ ଓଡ଼ିଆ -ରୀତା ଅପରାଜିତl
କେତେ ସୁନ୍ଦର ଆମ ପର୍ବ ପରମ୍ପରା
ଆମ ପ୍ରାଚୀନ କୀର୍ତ୍ତି ସ୍ତମ୍ଭ
ବାରବାଟୀ ଦୁର୍ଗ
ଆମ ବୀରତାର ଗାଥା ଗାଏ
ଲିଙ୍ଗରାଜ ମନ୍ଦିର, କୋଣାର୍କ, ପୁରୀ ମନ୍ଦିର
ଆମ କଳା ଭାସ୍କର ର ଗାଥା ଗାଏ ।
ଆମେ ଓଡ଼ିଆ ଆମ ପ୍ରତି ପର୍ଵ ପର୍ବାଣି ବଢିଆ
ଆମ କାର୍ତ୍ତିକ ମାସରେ ମାସ ଯାକ ବ୍ରତ କରୁ
ନିରାମିଷ ଖାଉ
ଶେଷ ପାଞ୍ଚ ଦିନ ପଞ୍ଚୁକ କରୁ
ଅନ୍ତିମ ଦିନରେ ଡ଼ଙ୍ଗା ଭସାଉ ।
ଆମ ସାଧବପୁଅ ମାନେ ବେପାର କରୁଥିଲେ
ଜାଭା, ସୁମିତ୍ରା ଦ୍ବୀପ ଯାଇ
ଆଜି ସେଇ ଓଡ଼ିଆ ପୁଅ ଦାଦନ ଖଟେ
ଗୁଜୁରାଟ, ସୁରଟ ଆଦି ଯାଗା ରେ
ମିଳିମିଶି ପ୍ରୟାସ କରିବା ନିଜ ଜାତି ପରମ୍ପରାକୁ
ହାରିବାକୁ ଦେବାନି ।
ଆମେ ଓଡ଼ିଆ ଆମ ଭାଷା ବଢିଆ
ବଢିଆ ଆମ ରଜ,ଦୋଳ,ମକର
ଜୟ ଶିବ ଶଙ୍କର ।
