STORYMIRROR

Pranati Mahapatra

Children

3  

Pranati Mahapatra

Children

ଆମେ ଆକାଶରେ ଉଡିବୁ

ଆମେ ଆକାଶରେ ଉଡିବୁ

1 min
231

ଆମେ ରେ ବିଜ୍ଞାନ ଯୁଗର ପିଲା

ପଢି ଶିଖି ଜ୍ଞାନ ଆହରଣ କରି

ଉଡାଜାହାଜରେ ଉଡିବୁ,

ଚନ୍ଦ୍ର ରେ ଘର କରିବୁ।

ରହିବୁନି କେବେ ପଛରେ

ନୂତନ ଜ୍ଞାନ କୌଶଳରେ ନାନା

ଯନ୍ତ୍ରପାତି ଆମେ ଗଢିବୁ,

ଗ୍ରହ ନକ୍ଷତ୍ରର ଗତିବିଧି ଜାଣି

ସଭିଙ୍କୁ ଜଣେଇଦେବୁ।

ପୁରାତନ ନୁହେଁ ନୂତନ ଯୁଗର ପିଲା ।

ଆକାଶରେ ଆମେ ଉଡିବୁ,

ବିଜ୍ଞାନର କେତେ ନୂଆ ନୂଆ କଥା

ସଭିଙ୍କୁ ଜଣେଇ ଦେବୁ।

ଷଢ଼ଋତୁ ଆଉ ଚନ୍ଦ୍ର ସୂର୍ଯ୍ୟ ଗତି

ବରଷା କି ବତାସ ଝଡ଼ବାତ୍ୟା 

ଆଶଙ୍କା ବିଷୟ ବୁଝିବୁ।

ବିଜ୍ଞାନ ଯୁଗର ପିଲା ପରା ଆମେ

କେତେ କେତେ କଥା ଶିଖିବୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children