STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଆମ ସମ୍ବିଧାନ

ଆମ ସମ୍ବିଧାନ

1 min
2.9K

ଗଗନ ପବନ ପ୍ରକମ୍ପିତ ଆଜି

ଜୟହିନ୍ଦ୍ ପ୍ରତିଧ୍ୱନୀ

ଗରବେ ହୃଦୟ ଫୁଲିଉଠୁଅଛି

ବାଦ୍ୟତାଳ ଶବ୍ଦ ଶୁଣି


ଆମ ସମ୍ବିଧାନ ସବୁଠୁ ମହାନ

ଭାରତର ମୁଖ୍ୟ ଶାସ୍ତ୍ର

ଦେଶର ଶାସନ ନିମିତ୍ତ ଆଇନ

ସାଜିଅଛି ଆମ ଅସ୍ତ୍ର


ଜାତି ଧର୍ମ ବର୍ଣ୍ଣ ବିଭେଦତା ଶୂନ୍ୟ

ସର୍ବ ଧର୍ମ ସମାନତା

ସଭିଙ୍କ ଜୀବନ ଯାପନ ନିମିତ୍ତ

ରହିଅଛି ସ୍ୱାଧୀନତା


ବ୍ୟକ୍ତିତ୍ୱ ଦକ୍ଷତା ପ୍ରକାଶିବା ପାଇଁ

ନାହିଁ କିଛି କଟକଣା

ମତ ଅଧିକାର ରହିଅଛି ତହିଁ

ହେଉନାହୁଁ ବାଟବଣା


ପ୍ରଗତିର ପଥେ କର୍ତ୍ତବ୍ୟର ମୂଲ୍ୟ

ଲିପିବଦ୍ଧ ସମ୍ବିଧାନେ

ସାଧାରଣତନ୍ତ୍ର ଆମରି ମହତ୍ତ୍ୱ

ବଞ୍ଚୁଅଛୁ ସ୍ୱାଭିମାନେ


ପ୍ରାଞ୍ଜଳ ଭାବରେ ପ୍ରତି ବିଷୟରେ

ଧାରା ରୂପେ ଉଲ୍ଲିଖିତ 

ନ୍ୟାୟର ସୁରକ୍ଷା ନ୍ୟାୟାଳୟ ହସ୍ତେ

କରାଯାଇଅଛି ନ୍ୟସ୍ତ


କେତେ ଗୁଣୀଜ୍ଞାନୀ ଦୂରଦୃଷ୍ଟି ବଳେ

ଗଢିଛନ୍ତି ସମ୍ବିଧାନ

ତାଙ୍କରି ଦାନରେ ଭାରତ ମାତାର

କରୁଅଛୁ ଜୟଗାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract