Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆମ ନୂଆ ରାଜଧାନୀ

ଆମ ନୂଆ ରାଜଧାନୀ

2 mins
342



ଯହିଁ ବିରାଜିତ ସ୍ୱର୍ଗରାଜ୍ୟୁ ଚ୍ୟୁତ

ଦେବ ବିହାର କାନନ

କେନ୍ଦ୍ରେ ଉଚ୍ଚଇଶ୍ରବା ପୁଣି ବିରାଜିତ

ସ୍ଵୟଂଭୂ ଶ୍ରୀ ପଞ୍ଚାନନ l


ଭୁବନେ ସୁନ୍ଦର ନଗର ବିଖ୍ୟାତ

ନଗର ମଧ୍ୟରେ ରାଣୀ

ଭୁବନେଶ୍ୱର ସେ ଏକାମ୍ର ନଗରୀ

ଆମ ନୂଆ ରାଜଧାନୀ l


ଆଜି ଦିବସରେ ମନେ ପଡ଼ିଯାଏ

ଖୋକା ଭାଇଙ୍କ ସେ ଗୀତ

ଯେ ଗୀତ ବତାଏ ନୂଆ ରାଜଧାନୀ

ବର୍ତ୍ତମାନ ଓ ଅତୀତ l


ଆଗେ ଥିଲା ବାଘ ଭାଲୁ ଭରା ଏହି 

ଅଗନା ଅଗନି ବନ

ଦେଏଖେ ସୁକୁଟା ବୋଉଲୋ ବିଞ୍ଚୁଣି

ନଳ ବୁଲେ ଘନ ଘନ l


ପ୍ରାଚୀନ କାଳର ଅଧ୍ୟାତ୍ମ ନଗରୀ

ନାମ ତ୍ରି ଭୁବନେଶ୍ୱର

ଲିଙ୍ଗରାଜ ହେତୁ ବିଖ୍ୟାତ ଜଗତେ

ଏବେ ଏ ଭୁବନେଶ୍ୱର l


ଅପୂର୍ଵ ତୋରଣ ମୁକ୍ତେଶ୍ଵର ଠାରେ

ସଭିଙ୍କୁ କରେ ସ୍ୱାଗତ

ମନ୍ଦିର ମାଳିନୀ ନଗର ନାମରେ

ବିଶ୍ୱ ଦରବାରେ ଖ୍ୟାତ l


ଆଶୀର୍ବାଦ ଯାଚି ଦେଉଛନ୍ତି ଏଠି

ପ୍ରଭୁ ଶ୍ରୀ ଭାସ୍କରେଶ୍ୱର

ରାମ ରୂପେ ଶିବ ଶିରି ରାମେଶ୍ୱର

ଆବର କପିଳେଶ୍ୱର l


ଏକାମ୍ର କ୍ଷେତ୍ରରେ ଠାବେ ଠାବେ

ରାଜେ ଅପୂର୍ଵ କଳାର କିର୍ତ୍ତୀ

କଳାର ଦେଶ ଏ ଉତ୍କଳ ଆମର

ଉତ୍କଳ ଶିଳ୍ପୀଙ୍କ କୃତି l


ଏ ମାଟି ବିଖ୍ୟାତ ଅଶୋକା ଅଷ୍ଟମୀ

ରୁକୁଣା ରଥ ଯାତରା

ବିନ୍ଦୁସର କୁଳେ ଶ୍ରୀ ଅନନ୍ତ ଶାୟୀ

ଦିଅନ୍ତି ଦିବ୍ୟ ଇସାରା l


ରାଜାରାଣୀ ପ୍ରେମ ମନ୍ଦିର ଦର୍ଶନେ

ଆନନ୍ଦ ହୁଅଇ ଚିତ୍ତ

କେଦାର ଗୋଉରୀ ବତାଏ ଆମ୍ଭକୁ

ପ୍ରେମର ମହା ସଙ୍ଗୀତ l


କଳିଙ୍ଗ ଯୁଦ୍ଧର ବିଭୀଷିକା ସାକ୍ଷୀ

ଆମ୍ଭ ଧଉଳି ପାହାଡ଼

ଚଣ୍ଡାଶୋକ ଯହିଁ ଧର୍ମାଶୋକ ହେଲେ

ତେଜି ତରବାରୀ ଦାଢ଼ l


ଖଣ୍ଡଗିରି ପୁଣି ଉଦୟ ଗିରି ଏ ଅପୂର୍ବ

ତା କିର୍ତ୍ତୀ ରାଶି

ଜୀନାସନ ଯହିଁ ଉଦ୍ଘୋଷଣା କରେ

ଖାରବେଳ କୀର୍ତ୍ତି ଘୋଷି l


ଆମ ନୂଆ ରାଜଧାନୀ ଏବେ ଜଣା

ବିଶ୍ୱରେ ବିଦ୍ୟା ନଗରୀ

କି ଯୋଗରେ ଏହା ପ୍ରତିଷ୍ଠା ଲଭିଲା

ବିସ୍ମୟ ଲାଗଇ ଭାରି l


ଉଣେଇଶ ଅଡ଼ ଚାଳିଶ ମସିହା

ଅପ୍ରେଲ ତାରିଖ ତେର

ଦି ହଜାର ବର୍ଷ ଐତିହ୍ୟ ସହର

ନୂଆ ରାଜଧାନୀ ମୋର l


ପ୍ରତିଜ୍ଞା କରିବା ରାଜଧାନୀ ବାସୀ

ମିଳି ସର୍ବ ନର ନାରୀ

ସର୍ବାଙ୍ଗ ସୁନ୍ଦର ଗଢ଼ିବା ଏହାକୁ

ବିଶ୍ୱରେ ବିସ୍ମୟ କରି l


ପ୍ରଭୁ ଲିଙ୍ଗରାଜ ବସିଛନ୍ତି ଦେବେ

ନିଶ୍ଚେ ସେ ଅଭୟ ବର

ଏ ପବିତ୍ର ଦିନେ ରାଜ୍ୟବାସୀ ମିଳି

କର ତାଙ୍କୁ ନମସ୍କାର l


Rate this content
Log in

Similar oriya poem from Inspirational