STORYMIRROR

Henarani Senapati

Inspirational

3  

Henarani Senapati

Inspirational

ତୁମ ପାଇଁ

ତୁମ ପାଇଁ

1 min
187


ରାଜରାସ୍ତାକୁ ତ ଡର ନାହିଁ ମୋର

କେବଳ ତୁମରି ପାଇଁ ।

ନିର୍ଭୟରେ ଚାଲେ ଧୁମ୍ ଧୁମ୍ ହୋଇ

ତୁମରି ସାହସ ପାଇ।।


ଆଖିରେ ଆଖିଏ ସପନ ରହିଛି

କେବଳ ତୁମରି ପାଇଁ ।

ମନ ମନ୍ଦିରରେ ଖୁସିର ଲହରୀ

କେବଳ ତୁମରି ପାଇଁ ।।


ପ୍ରେମମୟ ମୋର ଶରୀର ପୁଲକେ

କେବଳ ତୁମରି ପାଇଁ ।।

ଅଦିନେ ବସନ୍ତ ମୋ ଦେହେ ପ୍ରବେଶେ

କେବଳ ତୁମରି ପାଇଁ ।।


ସବୁ ଦିନ ମୋର ଚାନ୍ଦିନି ରାତ୍ରି ଯେ

କେବଳ ତୁମରି ପାଇଁ ।

ଅମୂଲ୍ୟ ଅମୃତ ବଚନ ଝଡଇ

କେବଳ ତୁମରି ପାଇଁ ।।


ସ୍ୱପ୍ନ ମିଶା ସତ୍ୟ ଖୋଜେ ନିତ୍ୟ ମୁଁ ଯେ

କେବଳ ତୁମରି ପାଇଁ ।

ତୁମ ଖାଇବାରେ ମୋ ଭୋକ ମରଇ

କେବଳ ତୁମରି ପାଇଁ ।


ତୁମେ ଥି

ଲେ ସାଥେ ସମ୍ପୂର୍ଣ୍ଣା ଲାଗଇ

କେବଳ ତୁମରି ପାଇଁ ।

ମଥାରେ ସିନ୍ଦୂର ଝଟକେ ମୋହର

କେବଳ ତୁମରି ପାଇଁ ।।


ତୁମଠୁ ପାଇଲି ମହାମନ୍ତ୍ର ମୁଯେ

ତୁମ ଅନୁଭୂତି ପାଇଁ ।

ତୁମ ପାଇଁ ଆଜି ଗର୍ବିତ ହେଉଛି

ତୁମ ସତ୍ୟ ନ୍ୟାୟ ପାଇଁ ।।


ଧନ୍ୟ ହେଲା ମୋର ନାରୀ ଜୀବନ ତ

କେବଳ ତୁମରି ପାଇଁ ।

ଜନ୍ମ ଜନ୍ମ ଖୁସି ଏକ ଜନ୍ମେ ପାଏ

କେବଳ ତୁମରି ପାଇଁ ।।


ଯେତେବେଳେ ମୋର ମୃତ୍ୟୁ ଆସି ଯିବ

ଜାଣିବ ତୁମରି ପାଇଁ ।

କୋଟି କରେ ମନ ନାହିଁ ତୁମେ ଜାଣ

ମୁଁ ବଞ୍ଚିଛି ତୁମ ପାଇଁ ।।


ଅବଶିଷ୍ଟ ଦିନ ତୁମ ସାଥେ ଧନ

ମିନତୀ ରହିବା ପାଇଁ ।

ପର କରିବନି ଅନ୍ତରରୁ ତୁମ

ମୋ ଜୀବନ ତୁମ ପାଇଁ ।।



Rate this content
Log in

Similar oriya poem from Inspirational