STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଆମ ଘରେ ଏକ ଘରଚଟିଆ

ଆମ ଘରେ ଏକ ଘରଚଟିଆ

1 min
14.3K


Punya Prabha Devi


ଆମ ଘରେ ଏକ ଘର ଚଟିଆ

ଥିଲା ସିଏ ଭାରି ନଟ ଖଟିଆ

କିଚିରିମିଚିରି ପାଟି କରି କରି

ଉଡିଉଡିଯାଏ ବାରିପଟିଆ।

ଆମ ଘରେ ଥିଲା ଘରଚଟିଆ.।

ସକାଳୁ ସକାଳୁ

ଯାଏ ସେ ଚରି

ଆଣେ କାଠିକୁଟା

ସାଥିରେ ଧରି

ପଂଖା ଉପରେ

କରେ ସେ ବସା

ସବୁ ହୋଇ ଯାଏ

ଫସରଫସା

ଆମ ଘରେ ଥିଲା ଘରଚଟିଆ

ଭାବିଲା ଚଢିବା ଫଟଫଟିଆ

କୁନା ଯାଏ ବାପା ପଛରେ ବସି

ଦେଖିଦେଖି ତାକୁ

ହୁଏ ସେ ଖୁସି

କୁନା ମାଆ ତାକୁ

ଟା ଟା କରେ

ଫାଟକ ପାଖକୁ

ନିଇତି ଆସି.।

ଆମ ଘରେ ଥିଲା ଘରଚଟିଆ

ସିଏ ତ ଗୋଟାଏ ମନ ମୋଟିଆ

ଭାବେ କୁନା ପରି

ଯିବ ସେ ପଢି

ବାଇକ୍ ଚଢି.।

କୁନା ବସିଥିଲା

ବାପାଙ୍କ ପଛରେ

ବସ୍ତାନିଟାକୁ କାନ୍ଧରେ ଧରି

ଉଡିଉଡିଯାଏ ଯାଇ

ବସ୍ତାନି ପରେ

ଚଟିଆ ବସିଲା

ଆସ୍ତେ କରି.।

କୁନା ଯେତେବେଳେ

ଶ୍ରେଣୀକୁ ଗଲା

ବଢିଗଲେ ତାକୁ

ଯେତକ ପିଲା.

ଘରଚଟିଆକୁ

ଧରିବା ପାଇଁ

ପାଖକୁ ତହାର

ଆସିଲେ ଧାଇଁ.

ଚଟିଆ ଉଡିଲା ଘରଟା ସାରା

ନ ଆସେ ପାଖକୁ

ନ ଦିଏ ଧରା।

ପିଲା ତା ପଛରେ

ନାଚିଲେ କୁଦିଲେ

ଶ୍ରେଣୀଟା ହୋଇଲା

ବଡ ପାଟିଆ.।

ମାଷ୍ଟର ଆସି

ବକିଲେ ଭାରି

ପାଟି ଗୋଳ କିଆଁ

ରଖିଛ ଜାରି. ?

ଚଟିଆ ପଛରେ

ପିଲାକୁ ଗୋଡାଇ

ସାବାଡ କରିଲେ ପିଟି ପିଟିକା.।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children