STORYMIRROR

ରୀକ୍ଷିରାମ ମେହେର

Inspirational

2  

ରୀକ୍ଷିରାମ ମେହେର

Inspirational

ଆମ ବୀର ସୈନିକ ଦିବସ

ଆମ ବୀର ସୈନିକ ଦିବସ

1 min
117

        ଆମ ବୀର ସୈନିକ ଦିବସ

ଆସିଛି ଆଜି ଆମ              ଵୀର ଜଵାନ ଦିବସ

        ଆସ ଆମେ ତାଙ୍କୁ ଦେବା ସମ୍ମାନ।

ତାଙ୍କ ପାଇଁ ଭାରତ              ମାଁ ରଖି ଅଛି ଟେକ

         ମାତୃଭୂମି ପାଇଁ ଦିଅନ୍ତି ବଳିଦାନ।

ଭାରତ ମାତାର ସେ            ଲଢୁଆ ବୀର ସନ୍ତାନ

        ଦେଶକୁ ସୁରକ୍ଷା କରୁଛି ରାତି ଦିନ।

ନିଜ ପରିବାର ଛାଡି             ଖୁସିରେ ଦିଏ ଜିଵନ

       ଦେଶ ପାଇଁ ତ୍ୟାଗକରେ ନିଜ ଜୀବନ।

ରଖେନାହିଁ କିଛି ଆଶା        ନିଜ କର୍ମ କୁ ଭରସା

      ଦେଶ ରକ୍ଷା ପାଇଁ ପାଣି କରିଦିଏ ରକ୍ତ।

ଖରା ବରଷା ଥଣ୍ଡା              ପବନ ନକରି ଖାତିର

       ଚବିଶି ଘଣ୍ଟା ପହରା ଦିଏ ଚାରିକୋଣ।

କେତବେଲେ କଣ ହେବ        ସିଏତ ନିଜେ ଜାଣେ

       ଜାଣି ଜାଣି ଜୀବନକୁ ବାଜି ଲଗାଇଦିଏ।

ନିଜ ଜନ୍ମଦାତ୍ରୀ ମାଁ               ଠାରୁ ଭାରତ ମତାକୁ

       ଦେଶଭକ୍ତିରେ ନିରନ୍ତର ସେବା କରେ।

ଏପରି ଆମ ଦେଶର            ବୀର ସାହସୀ ଯୋଦ୍ଧା

    ତାଙ୍କ ବୀରତ୍ବର ପରାକ୍ରମ ପାଇଁ ଆମ ଗର୍ବ।

ଯେବେ ଦେଖିବା ଆମେ     ବୀର ଜଵାନଙ୍କୁ ଯୋଉଠି

  ଗର୍ବର ସହିତ ସେଲୁଟ ମାରିବା ତାଙ୍କୁ ସେଇଠି।

ଚହେନାହିଁ ଅମଠୁ ସେ           ଵୀର ଟଙ୍କା କି ପଇସା

    କେବଳ ଗୋଟିଏ ସେଲୁଟର ସେ ମୋତି।

ହେ ମୋର ଦେଶବାସୀ     ତାଙ୍କୁ ଆଜି ମନେ ପକେଇ

    ସମସ୍ତେ କହିବା ଜୟ ଜଵାନ ବୀର ଭାଇ।।

   

 

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational