STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

ଆମ ବିଦ୍ୟାଳୟ

ଆମ ବିଦ୍ୟାଳୟ

1 min
184

ଏଇ ଆମ ବିଦ୍ୟାଳୟ ଜ୍ଞାନର ମନ୍ଦିର

ଗୁରୁଜୀ,ଗୁରୁମା ଆମ ଚଳନ୍ତି ଠାକୁର

ତାଙ୍କରି ଆଦର୍ଶେ ଆମେ ବୋଲାଇବୁ ଚାଟ

ହାତଧରି ଶିଖାଇବେ ଚାଲିବାର ବାଟ

ନାଶ ହେବ ଅଜ୍ଞାନତା ହଟିବ ଅନ୍ଧାର

ହସିବ ଜୀବନ ଆମ ଦୁଃଖ ହେବ ଦୂର

ଆମରି ନାଆରେ ଆମେ ସାଜିବୁ ନାଉରୀ

ବଜାଇବୁ ଦିନେ ଆମ ବିଜୟର ତୁରୀ

ସତ୍ୟ-ଶାନ୍ତି-ଦୟା-କ୍ଷମା-ତ୍ୟାଗର ମହତ୍ତ୍ଵ

ବୁଲି ବୁଲି ବଖାଣିବୁ ଶୁଣିବ ଜଗତ

ଲକ୍ଷ୍ୟ ଆମ ଅସୁମାରୀ ଉଚ୍ଚ ଆମ ଆଶା

ବଦଳାଇ ଦେବୁ ଦିନେ ଆମ ପରିଭାଷା

ଆମେ ସବୁ ଭାଇଭାଇ ଏକ ପରିବାର

କିଏ ବଡ଼ କିଏ ସାନ ନ'ଥାଏ ବିଚାର

ଧନ୍ୟ ଆମ ବିଦ୍ୟାଳୟ ଗୁରୁମା, ଗୁରୁଜୀ

ତାଙ୍କ ଋଣ ଜୀବନରେ ପାରିବୁନି ଶୁଝି

ଗୁରୁଜୀ, ଗୁରୁମା ପଦେ ରଖିଅଛୁ ଧ୍ୟାନ

କ୍ଷମା କରିଦିଅ ଭାବି ଅବୋଧ ସନ୍ତାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract