STORYMIRROR

Sagar Kumar Parida

Inspirational

4  

Sagar Kumar Parida

Inspirational

ଆମ ବିଦ୍ୟାଳୟ

ଆମ ବିଦ୍ୟାଳୟ

1 min
658

ଆଳୟ ମଧ୍ୟରେ ଶ୍ରେଷ୍ଠ ସେ ଆଳୟ

ବିଦ୍ୟାଳୟ ତା'ର ନାମ ।

ଜ୍ଞାନର ଜୀବନ୍ତ ପ୍ରତୀକ ଭାବରେ

ହୋଇଛି ଦଣ୍ଡାୟମାନ ।।

ଅଜ୍ଞାନ ଅନ୍ଧାର ହଟାଇ ସେ ମନୁ

ଜ୍ଞାନର ଆଲୋକ ଦିଏ,

ସଂସାରେ ଚଳିବା ପାଇଁ ଯେଉଁ ଶିକ୍ଷା

ସେହି ଶିକ୍ଷା ଦେଇଥାଏ ।।

ଶୃଙ୍ଖଳା ଜ୍ଞାନରେ ଛାତ୍ର ଜୀବନକୁ

କରିଥାଏ ଶୃଙ୍ଖଳିତ,

ଜାତୀୟତା ପ୍ରୀତି ଜାଗ୍ରତ କରଇ

ଛାତ୍ର ଜୀବନରେ ସେତ ।।

ଗୁରୁଜନ ଗଣେ ସମ୍ମାନ ଦେବାକୁ

ଏହି ଠାରେ ଶିଖାହୁଏ ,

ବେପାର ବଣିଜ କରିବ କିପରି

ଗଣିତ ଏଠି ଶିଖାଏ ।।

ଭାରତର ଭବିଷ୍ୟତର କଳିକା

କଢ଼ ଫୁଲେ ରୂପାନ୍ତର,

କରିବା ଶକତି ରହିଛି ଏହାର

ନୁହେଁ ଏ ସାମାନ୍ୟ ସ୍ଥଳ ।।

ଗୁରୁଜୀ ଗୁରୁମା ଜୀବନ୍ତ ଠାକୁର

ଆଳୟରେ କର୍ମେ ରତ,

ଦେଶକୁ କିପରି ପ୍ରଦାନ କରିବେ

ସୁସନ୍ତାନ ଅବିରତ।।

ରଙ୍ଗବେରଙ୍ଗର ଫୁଲରେ ସୁନ୍ଦର

ବିଦ୍ୟାଳୟ ଉପବନ,

ସାଙ୍ଗସାଥି ମେଳେ ମଧୁର ଆଳାପେ

ବିତିଯାଏ ମୋର ଦିନ।।

ବିଦ୍ୟାଳୟ ମୋର ଅତି ଆପଣାର

ତା ସମାନ କେହି ନାହିଁ,

ସରଗୁ ସୁନ୍ଦର ମଧୁରୁ ମଧୁର

ଅଟେ ଏହା ଆମ ପାଇଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational