prafulla Kumar tripathy

Inspirational

3  

prafulla Kumar tripathy

Inspirational

ଆମ ବହି

ଆମ ବହି

1 min
11.4K


ଆମ ବହିରେ ଅଛି କେତେଯେ କଥା

ଇତିହାସଯେ ସାହିତ୍ୟ ଭାଷା

ପ୍ରବନ୍ଧ ଆଉ କେତେ ଗଣିତ

ତା ସାଙ୍ଗକୁ ଇଂରାଜୀ ସେତ

ଜ୍ଞାନ ଭଣ୍ତାରେ ରହିଛି ବହି

ଆଗ୍ରହ କରି ପଢିଲେ ତହିଁ

ଜୀବନ ତାର ଧନ୍ୟ ଅଟଇ

ସବୁଠି ତାର ଜୟ ହୁଅଇ ।

ବହିର ସମ ନାହିଁକେ ବନ୍ଧୁ

ଜ୍ଞାନ ଭଣ୍ତାରେ ଅଟଇ ସିନ୍ଧୁ

ଦୁନିଆ ଦାଣ୍ତ ଚାଲିବା ପାଇଁ

ସମସ୍ତ ବାଟ ଦିଅଇ କହି

ରଙ୍ଗ ବେରଙ୍ଗ ବହିର ଛବି

ପିଲାଠୁ ବଡ ପଢନ୍ତି କବି

ବହି ପଢିବା ମନ ଲଗାଇ

ବହିର ପ୍ରଶ୍ନ ଉତର ଦେଇ

ଆଳସ୍ୟ ତେଜି କର୍ମ କରିବା

ବହି ସଙ୍ଗେ ସାଙ୍ଗ ହୋଇବା ।



Rate this content
Log in

Similar oriya poem from Inspirational