STORYMIRROR

Ajaya Mahala

Comedy Others

2  

Ajaya Mahala

Comedy Others

ଆକର୍ଷଣ: ଏକ ଲ୍ୟାବ ଏକ୍ସପେରିମେଣ୍ଟ

ଆକର୍ଷଣ: ଏକ ଲ୍ୟାବ ଏକ୍ସପେରିମେଣ୍ଟ

1 min
12.6K


ପ୍ରେମ ଆଉ ଆର୍କଷଣ କଣ ଏକା କଥା. ?

ନା ଆର୍କଷଣରୁ ହିଁ ପ୍ରେମ ? ଯଦି ଆର୍କଷଣ ନ ରହେ .... . ?

ସେଠି ପ୍ରେମ ଆଉ ସମ୍ଭବ କି ?


ଚାଉଳ ଆଉ ଖେଚୁଡ଼ି କଣ ଏକା କଥା. ?

ନା ଚାଉଳରୁ ହିଁ ଖେଚୁଡ଼ି ?

ଯଦି ଚାଉଳ ନ ରହେ .... . ?

ସେଠି ଖେଚୁଡ଼ି ଆଉ ସମ୍ଭବ କି ?

ହେ ପ୍ରେମର ଗାଲିଲିଓ ଆଉ ନିଉଟନ ମାନେ !

କି ଭାବନାରେ ପଡିଗଲେ ?

ଚାଲିଗଲ ଦ୍ଵନ୍ଦରେ ପଡି

ଗୀର୍ଜାର ପାଦ୍ରୀ ମାନଙ୍କ ପାଖକୁ

କିମ୍ବା ପ୍ରେମର ମୁକ୍ତିମଣ୍ଡପରେ

ମୀମାଂସା କରିବାକୁ

ନିଆଁକୁ ଡେଇଁ ପଡୁଥିବା ପତଙ୍ଗ

ପ୍ରେମରେ ମରେ

ନା ଆକର୍ଷଣରେ

ମୋ ଥିଓରୀ

ମୁଁ ରଖୁଛି, ଭୁଲ ହେଲେ

ସମର୍ପଣ କରିଦେବ ମୋତେ

ପାଦ୍ରୀ ଆଉ ମୁକ୍ତିମଣ୍ଡପର

ଶାସ୍ତ୍ରୀ ମାନଙ୍କ ହାତରେ

ଏବେ ବି କହୁଛି

ସବୁବେଳେ କହୁଥିବି ବି

ଆକର୍ଷଣ ଗୋଟିଏ ଫୋର୍ସ

ପ୍ରେମ ଗୋଟିଏ ଶକ୍ତି

ଆକର୍ଷଣର ଦିଗଟିଏ ଅଛି

ପ୍ରେମ ଦିଗହୀନ

ଆକର୍ଷଣ ପ୍ରାବଲ୍ୟରେ

ମପାଯାଏ ତ

ପ୍ରେମ ପରିମାଣରୁ

Hypothesis 1

ପ୍ରେମ ଦିବ୍ୟ ଖେଚୁଡ଼ି

ଆକର୍ଷଣ ଚାଉଳ ପରି

ତାର ଅନେକ ଉପଦାନରୁ

ଗୋଟିଏ ଉପାଦାନ ମାତ୍ର

ପରମ ସ୍ୱାଦିଷ୍ଟ ଖେଚୁଡ଼ିର

ଆଉ ଏକ ଉପାଦାନ

ହୃଦୟର ମୁଗଡାଲି

Hypothesis 2

ଖେଚୁଡ଼ି ଏକ ମିଶ୍ରଣ ନୁହେଁ

ଭାତ ଆଉ ଡାଲି

ଗୋଳେଇ ଦେଲେ

ଗୋଳାଭାତ ହୁଏ ସିନା

ପ୍ରେମର ସେ ଦିବ୍ୟ ଖେଚୁଡ଼ି

ହୋଇ ଯାଏ ନାହିଁ

Essential conditions

ଖେଚୁଡ଼ି ହେବାକୁ ହେଲେ

ଚାଉଳ ନିଏ ନିଜ ଭିତରକୁ

ମୁଗର ବାସ୍ନା

ଆଉ ମୁଗବି ନିଜ ଅନ୍ତର୍ଗତ କରିନିଏ

ଚାଉଳର ଆତ୍ମାକୁ

at a given temperature

ଧନ୍ୟବାଦ ଦିଅ ଭଗବାନଙ୍କୁ

ତାଙ୍କ କୃପା ଘିଅ ଧାପେ ପଡିଗଲେ

ଗଳି ଗଳି ସେହି ଖେଚୁଡ଼ିର

ବାସ୍ନା ବୁଲିଯାଏ ||




Rate this content
Log in

Similar oriya poem from Comedy