STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଆଖି ଓ ରାକ୍ଷୀ

ଆଖି ଓ ରାକ୍ଷୀ

1 min
168

ତୋ ନୀଳ ନୀଳ ଆଖି

ନୀଳ ଦରିଆର ନୀଳୀମାରେ ଲାଖି

ସୁନ୍ଦର ଦିଶୁଛୁ ସଖି

ହେଲେ ତା ଠୁ ସୁନ୍ଦର ମୋ ଭଉଣୀ ରାକ୍ଷୀ

ସାତ ରଙ୍ଗ ସମାହାର

ଶିଳ୍ପୀର କଳା ଚାତୁର

କରେ ଅଧୀର ଚାହେଁ ବାରବାର

ଆସୁଥିବ ମୋ ଭଉଣୀ ସ୍ନେହ ପସରାକୁ ମାଖି

ଛଡାଇ ନେବୁନି ପ୍ରିୟତ୍ତମା ମୋର

ଦେଖିସେ ସୁନ୍ଦର ରାକ୍ଷୀ ଆଖି ଯିବ ତୋର ଲାଖି

ଅନେକରେ ଏକ, ଏକରେ ଅନେକ ପକ୍ଷୀ

ଉଡ଼ି ଉଡି ଆସେ ଦୂର ରାଇଜରୁ

ମନ କଥା ଦେଲି ଲେଖି

ଭଉଣୀ ମୋହର ଅତି ଯେ ନିଜର

କରିବୁନି ପ୍ରିୟା ତାକୁ ସାତପର

ନହେଉ ସେ ନିରିମାଖି

ହାତରେ ଦିପଟନାଲି ନାଲି ଶଙ୍ଖା

ମଥାରେ ଟୋପାଏ ସିନ୍ଦୁର ରେଖା

ଲାଖି ରହିଥାଉ ସଖି

ସବୁ ଭାଇ ଆଉ ଭଉଣୀ ଭିତରେ

ରାକ୍ଷୀ ରହୁ ହୋଇ ସାକ୍ଷୀ ।


Rate this content
Log in

Similar oriya poem from Abstract