STORYMIRROR

Kalandi pal

Tragedy Inspirational

3  

Kalandi pal

Tragedy Inspirational

ଆଖି ଲୁହ ଧାର ଆଖିରେ ମରୁଛି

ଆଖି ଲୁହ ଧାର ଆଖିରେ ମରୁଛି

1 min
288


ଆଖି ଲୁହ ଧାର ଆଖିରେ ମରୁଛି

   ପୋଛିଲେ ପୋଛି ହୁଏନା,

ହୃଦୟ ଭିତର ବୁକୁ ଫଟା ଦୁଃଖ

   ଦେଖି ବି ଦେଖି ହୁଏନା,

ପ୍ରଭୁ, ଭାଗ୍ୟେ ଏ କି ବିଡମ୍ବନା, l0l


ନିଜ ରକ୍ତ ଆଜି ଯୁଇରେ ଶୋଉଛି

   ଦେଖିବା ସାତ ସପନ,

ମୁଖା ଅଗ୍ନି ନାହିଁ ଅସ୍ଥି ଖଣ୍ଡେ ନାହିଁ

   କେମିତି ହୋଇବ କର୍ମ,

ବନ୍ଧୁ ସାହି ଭାଇ ଆହା ପଦେ ନାହିଁ

    କାହିଁକି ଏତେ ଯାତନା, l1l


ଜନମ ଭୂଇଁରେ ଗାଁ ମଶାଣିରେ

    ଚିତା ତ ଆଉ ଜଳେନା,

ଛ ଖଣ୍ଡ ବାଉଁଶ ଯାଉନି ଦେବେଶ

    ରାମ ନାମ ବି ଶୁଭେନା,

ଦୁଃଖ ପରେ ଦୁଃଖ କେତେ ଦେବୁ ଦୁଃଖ

    କେତେ ଯେ ଦେବୁ ବେଦନା, l2l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy