STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆକାଶର ଦୂର ଆମେ ମାପିବୁ

ଆକାଶର ଦୂର ଆମେ ମାପିବୁ

1 min
13.8K


ତପନ କୁମାର ସ୍ୱାଇଁ


ଉଡ଼ିଗଲେ ବଣି ଦୁଇ ଦିଗକୁ ,

ଜଣେ ପଶ୍ଚିମକୁ ଜଣେ ପୂର୍ବକୁ ,

ଫେରିଲେ ଥଣ୍ଟରେ ଆହାର ଧରି ,

ଖୁସି ହେଲେ ଦେଖି ପିଲା ତାହାରି । ।

କହିଲେ ତୁ ମାଆ କୁଆଡ଼େ ଯାଉ ,

ଉଡ଼ିଗଲେ ଆଖି ପାଉନି ଆଉ ,

କେବେ ବଡ଼ହେବୁ ଆମେ ଉଡ଼ିବୁ ,

ଆକାଶର ଦୂର ଆମେ ମାପିବୁ । ।

ଗଛ ଡାଳେ ବଣି ହସି କହିଲା ,

ଆକାଶଟା ଛୋଟ ନୁହେଁରେ ପିଲା ,

ଆକାଶଟା କାହିଁ କେତେ ଯେ ଦୂର ,

ଆଖି ପାଏ ନାହିଁ ଲାଗଇ ଡର । ।

କଅଁଳିଆ ତୁମ ଟିକି ଡେଣାରେ ,

ପର ଉଠୁ ଟିକେ ଉଡ଼ିବ ପରେ ,

ଦେଖିବ ବିଶାଳ ନୀଳ ଆକାଶ ,

ଦୃଢ଼ କରି ମନେ ରଖ ବିଶ୍ୱାସ । ।


Rate this content
Log in

Similar oriya poem from Classics