ବସିଲା ଭାସିଲା କଳା ଧଳା
ବଉଦ ମେଳା ଓ ଭେଳା
ବରଷା ରାଣୀର ଆଖି ପଖଳା
ମେଘ ସଵାରୀରେ ଧରାକୁ ଯିବ ବରଷା
ବାଦଲ ବସିଲା ସଭା ଡାକିଲା
କର ଗୋ କିଛି ତାରା ଓ ଉଲକା ଖେଳା
ବରଷା ଓଢଣୀ ସାଥିରେ ନଥିଲେ
ବଉଦ ମୁଁ ମୋର ବୁଡିବ ଲୀଳା ଓ ଖେଳା
ଜଳଦ ଭେଳା ଭେଳା ହୋଇ କରନ୍ତି ରୋଳା
ପୃଥିବୀ ମାଆ ହେଲେ ଆକାଶ ପା ବାପା
ମୌସୁମୀ ଝିଅର ଲୁହର ଭେଳା
ସେଇ ଭେଳା ପରେ ଜଳଦ ଭାସିଲା ଆକାଶେ
ବରଷା ସତେକି ତା ଦେହ ବକଳା
ବେଙ୍ଗ ବେଙ୍ଗୁଲି ସାଥେ ସାଧବ ବୋହୁ ଗେଲି
ଫୁଲେଇ ହୁଅନ୍ତି ଗୁନ୍ଥି ଗଜରା ମାଳା
ବରଷା ରାଣୀର ଗଭାରେ ଖୋସିବେ ଆସିଲେ
ଧରାକୁ ପିନ୍ଧି ସାଗୁଆ ପାଟକୁ ବାଳା
କଜ୍ଜଳ ସିନ୍ଦୂର କୁଙ୍କୁମ ସାଥେ ଚନ୍ଦନ ଅଗରୁ
କସ୍ତୁରୀ ମାଳା ଡରନା ବଉଦ ବୁଡିବ ଭେଳା
ଯଦି ନଆସିବ ବରଷା ବାଳା
ସୁନାଦେହେ ତାର ଖରା ମେଖଳା
କେଵେ ଦିଶେ ତୋଫା କେଵେ ଗୋରା ମଉଳା
ବଉଦ ଦେ ଅନୁମତି ମେଘ ସଵାରୀରେ
ବରଷା ଆସିକି କରୁ ଧରା ପରେ ତା ଲୀଳା ଖେଳା
ଚାଷୀ ହସିବ ମାଟି ମାଆ ହସିବ ମେଘ ବରଷିବ
ଡାକି ଡାକି ରଖ ହେ ଚକାଡୋଳା
ସେତ ରଥ ପଥ ଜଗନ୍ନାଥ ସାଆନ୍ତ
କରିଗଲ ଜନ୍ମ ବେଦୀରେ ଲୀଳା ଖେଳା
ସେମିତି ବର୍ଷା ଆସୁଛି ଧରାକୁ ମାଟିମାଆ ପାଖକୁ
ଋତୁ ବାଉଳା କାଉଳା ହୁଏ ଉଛୁଳା
ବଉଦ ତୁ ଋଷି ଯାଆନା ଧନ ବରଷା ତୋ
ପ୍ରାଣପ୍ରିୟା ପ୍ରଣୟିନୀ କିଏ ନଜାଣେ ଭଲା
ଧରିତ୍ରୀ ପା ହେବ ଶଶ୍ୟ ଶ୍ୟାମଳା
,,,,,,,,,,,,,,,,,