Priyadarsini Das.

Tragedy


3  

Priyadarsini Das.

Tragedy


ଆକାଶ

ଆକାଶ

1 min 169 1 min 169


ସେଇ ଆକାଶ ତଳେ 

ଖୋଲା ପବନ କୋଳେ ,

ଖୋଲିଥିଲୁ ମୁଁ ମୋ ଗପର ପେଡ଼ି ,

ତୁ ବି ଥିଲୁ ,

ଶୁଣୁଥିଲୁ ମନ ଭରି ....।


ନା ଥିଲା ମାନ 

ନା ଥିଲା ଅଭିମାନ

ଖାଲି ଥିଲା ,

ତୋର ମୋ ପାଇଁ 

ଆଉ ମୋର ତୋ ପାଇଁ ସମ୍ମାନ ।


ସେଇ ପ୍ରେମର ସମ୍ମାନ ଆଜି ହଜି ଯାଇଛି ,


ନା ମୁଁ ତୋତେ ଖୋଜି ପାଉଛି ,

ନା ତୁ ମୋତେ .....।


କିନ୍ତୁ ମିଳୁଛି ଖାଲି କିଛି ସ୍ମୃତି

ପ୍ରେମର ସ୍ମୃତି .....


କିନ୍ତୁ ସାକ୍ଷୀ ରହିଛି 

ଆଜି ବି 

ସେଇ ଆକାଶ ....।


Rate this content
Log in

More oriya poem from Priyadarsini Das.

Similar oriya poem from Tragedy