STORYMIRROR

Chittaranjan Nanda

Classics Others

4  

Chittaranjan Nanda

Classics Others

ଆକାଂକ୍ଷିତ ଅତୀତେ ପାଇବ କ୍ଷତର ଚିହ୍ନ

ଆକାଂକ୍ଷିତ ଅତୀତେ ପାଇବ କ୍ଷତର ଚିହ୍ନ

1 min
402


ବିଶ୍ୱ ବ୍ରହ୍ମାଣ୍ଡ ଜଳ ସ୍ଥଳ ଆକାଶ

ପ୍ରକୃତିରେ ପଦାର୍ଥ ହେଲା ପ୍ରକାଶ


ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ହେଲା 

ସେଥିରେ ଜୀବନ ନଥିଲା 


କିଛି ଜଡ଼ ଓ ନିର୍ଜୀବ ଥିଲା 

ବିବର୍ତ୍ତନରେ ଜୀବନ ଶକ୍ତି ଆସିଲା


ନିର୍ଗୁଣ ବ୍ରହ୍ମର ହେଲା ନିର୍ମାଣ

ତାହା କଲା ଶକ୍ତିର ଧାରଣ


ଆତ୍ମ ଜ୍ଞାନର ବାଖ୍ୟା ହୁଏ 

ଆତ୍ମାର ପ୍ରକୃତ ସ୍ୱରୂପ କଅଣ ବୁଝାଏ


କାନେ ଅନେକ ଅକୁହା କଥା ଆସେ

ଜନ୍ମ-ମୃତ୍ୟୁ ଚକ୍ରରୁ ଭିନ୍ନ ଭାବନା ଦିଶେ


କିଏ କହେ ମହତ୍-ବ୍ରହ୍ମ ତୁ ସକଳ ଜୀବର

ସେତ ପ୍ରାଣ ରହିଛି ସମସ୍ତ କାୟା ଭିତର


ଜୀବନ ଅନାଗତ କାଲିର ଅପେକ୍ଷାରେ

ମଣିଷ ଖୋଜଇ ଖୁସି, ମନ ସାଉଁଟିବାରେ


ଭାବନା ଥାଏ ଗଢିବ ଏକ ସ୍ୱପ୍ନର ମନ୍ଦିର

ଷାଠିଏ ମହଣ ଘିଅ ନାହିଁ ମିଳିବାର, ନାହିଁ 

ରାଧିକା ନାଚିବାର


ଆସନ୍ତାକାଲି ପ୍ରତୀକ୍ଷାରେ ନହୁଅ ଆଶାୟୀ

ଦୁଶ୍ଚିନ୍ତାର ସ୍ବେଦସିକ୍ତ ବଦନେ ନହୁଅ ବିଦାୟୀ


ଆକାଂକ୍ଷିତ ଅତୀତରେ ପାଇବ କ୍ଷତ ବିକ୍ଷତର ଚିହ୍ନ

ଅବସାଦଗ୍ରସ୍ତ ମନ, ଦେହରେ ଦୁଃଖର କାରଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics