Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Inspirational

3  

Maheswar sahoo

Inspirational

ଆଜିର ଛାତ୍ର,ଛାତ୍ରୀ ଓ ନାରୀ

ଆଜିର ଛାତ୍ର,ଛାତ୍ରୀ ଓ ନାରୀ

1 min
370


ଅଜୟ ବିଜୟ      ଖୁସିରେ ପାଗଳ,

     ଛୁଟିଥିଲା ବିଦ୍ୟାଳୟ:

ଅଜୟ କହୁଛି      ସାଙ୍ଗରେ ବିଜୟ,

     ବଜାୟ ରହୁ ପ୍ରଳୟ::

ଆଉ ଦୁଇ ଦିନ    ବଅନ୍ଧ ହୋଇଲେ,

     ଆମର ଏହି ଓଡିଶା:

ଯିବାନି ଇସ୍କୁଲୁ,    ଖେଳରେ ମାତିବା,

     କରିବା ଥଟା ତମାଶା::

ବିଜୟ କହିଲା     ଭାଇରେ ଅଜୟ,

     ଜାଣିଛୁ କାନ୍ଦୁଲି କଥା:

ମରିଯାଇଛି ରେ     ଆଦିବାସି ଝିଅ,

     ଧର୍ଷିତ ନାରୀର ବ୍ୟଥା::

ସହି ପାରିନାହିଁ      ସମାଜର ନିନ୍ଦା,

     କରିଛି ଆତ୍ମାର ହତ୍ୟା:

ଅଜୟ କହୁଛି,      ଦୈନିକ ମରନ୍ତୁ,

      ନାହିଁ ବରଷାର ବାତ୍ୟା::

ବରଷା ଦିନରେ,  ବାତ୍ୟାର ପ୍ରକୋପେ,

      ମିଳୁଥିଲା ବାତ୍ୟା ଛୁଟି:

ଆଜି ଛୁଟି ପରି     ଆସୁ ଦୈନ ଦିନ,

      ଉଡେଇବୁ ଧୂଳି ମାଟି::

ବିଜୟ କହିଲା     ନାହିଁରେ ଅଜୟ,

      ଆତ୍ମହତ୍ୟା ମହାପାପ:

ଦୁଷ୍କର୍ମ ବିରୁଦ୍ଧେ     ଲଢ଼ିବା ସର୍ବଦା,

      ନହେଲେ ପାଇବ ସାପ::

ନାରୀ ଯେ ଭଉଣୀ, ନାରୀ ଅଟେ ମାଆ,

       ନାରୀ ସମ୍ମାନ ସୁରକ୍ଷା:

ଓଡିଶାର ନାରୀ      ହେବ ସୁରକ୍ଷିତ, 

      ସଂଗ୍ରାମ ସହ ପ୍ରତୀକ୍ଷା::

ବାପାଟିଏ କେବେ    ଚିନ୍ତାରେ ନରହୁ,

      ଝିଅଟେ ଜନମ କରି:

ଆଖିର ନଜର     ବଦଳାଇ ଦେଲେ,

       ଦେବୀପରି ଲାଗେ ନାରୀ::

************((ମହେଶ୍ୱର ସାହୁ))*********

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ଵର(ଭଦ୍ରକ)


Rate this content
Log in