Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Jena

Tragedy

3  

Saroj Kumar Jena

Tragedy

ଆଜି ସମୟ ଦେଇଛି ଉତ୍ତର

ଆଜି ସମୟ ଦେଇଛି ଉତ୍ତର

1 min
195


 ଆଜି ସମୟ ଦେଇଛି ଉତ୍ତର 

  ନିରବୀ ନିରବୀ

 ଅନ୍ତରର ଗଭୀର ପ୍ରଦେଶରୁ 

 ଶୁଭୁଛି ତୁମର ସେହି କ୍ରନ୍ଦନର କଣ୍ଠ ସ୍ୱର 

 ଯେଉଁ କଣ୍ଠ ସ୍ୱର ତୁମର 

  ଦିନେ ମୋତେ 

 କରିଥିଲା ଧିକ୍କାର ।

 ଯୌବନ ବଳରେ ହୋଇଣ ଗର୍ବିତ 

  ମାନୁ ନଥିଲ ବାଛ ବିଚାର 

 ହେ ମୋର ପ୍ରତାରିକା ପ୍ରେୟସୀ 

ଦେଖ ଦେଖ ଦେଖ 

 ମୁଁ ଆଜି ବହୁତ ଖୁସି ।

 କାହିଁକି ଜାଣିଛ ?

ସମୟ ସ୍ରୋତରେ ଆଜି 

 ସବୁଜ ପଲ୍ଲବରୁ ଶୁଷ୍କ ପଲ୍ଲବ ଭଳି 

ତୁମ ଯୌବନ ହୋଇଛି ମଳିନ 

ମାତୃତ୍ଵ ଲାଭ କରିଣ  

 କୁଆଡେ଼ ଗଲା ତୁମର 

ଦିନେ ଖୋଜି ପାଇଥିବା ଧନ ଯୌବନ ।

 ଜାଣିଛି ଆଜି ମୁଁ ଜାଣିଛି 

  ଖୋଜୁଛ ସେହି ପୁରୁଣା ଦିନ ଆଉ ଭଲ ମନ

 କିନ୍ତୁ ଆଉ କି ଖୋଜିଲେ ତୁମେ ହେବ ମୋର 

 ଦିନେ କରି ମୋତେ ପର ଧରିଲ ଧବ କର 

 ତୁମେ ବା ଆଜି ଆଉ କାହାର 

  ଆଜି ସମୟ ଦେଇଛି ଉତ୍ତର 

   ଆଜି ସମୟ ଦେଇଛି ଉତ୍ତର ।।


   

  

 

   


  



Rate this content
Log in

Similar oriya poem from Tragedy