STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

ଆଜି ମୁଁ ଜଳୁଛି

ଆଜି ମୁଁ ଜଳୁଛି

1 min
176

  ମୋ ଆତ୍ମା ଜଳୁଛି

  ମୋ ଶରୀର ଜଳୁଛି

  ମୋ କାୟା, ମନ ସବୁ ଜଳୁଛି

  ଆଜି ମୁଁ ଜଳୁଛି ।

    ଶ୍ମଶାନ ଘାଟେ

 କ'ଣ ମୋ ଜଳିବା ପାଇଁ

  ମୋତେ ଜାଳିବା ପାଇଁ

    ଜାଗା ଟିକେ ମିଳୁଛି ?

 ତଥାପି ଆମ ନେତାଏ କହୁଛନ୍ତି

  ଏ ଦେଶ କୁଆଡ଼େ ବିକାଶ କରୁଛି

  ପ୍ରଗତି, ଉନ୍ନତିର ନାରା ଦେଇ

  ଏଠି ନେତା ହସୁଛି

  ଜନତା ବାପୁଡାର 

    ସଂସାର ଭାସୁଛି

  କାହାର ସ୍ତ୍ରୀ, କାହାର ସ୍ଵାମୀ

  କାହାର ପିତା, କାହାର ପୁତ୍ର

  କାହାର କନ୍ୟା

  ମରଣ ଯୁଇକୁ ତା'ର

  ଶବ ଆସୁଛି

   ଏ ଦେଶର

  ଦାୟିତ୍ଵବାନ୍ ଜନ ପ୍ରତିନିଧି

   ଭାଷଣ ବାଜି ମାରି

  ଭୋଟ୍ ପାଇଁ ଆସୁଛି

  ଭୋଟ୍ ଶେଷେ

  ଜନତାର ସୁଖ ଦୁଃଖ ନ ବୁଝି

   ତା କଥାରେ ନେତା ହସୁଛି ।

  ଚକ ବନ୍ଦ୍, ଅଖ ବନ୍ଦ୍

  ଫୁସ୍ ଫୁସ୍ ବନ୍ଦ୍, ହୃତ୍ ପିଣ୍ଡ ବନ୍ଦ୍

   ଜୀବନ ବନ୍ଦ୍, ଜୀବିକା ବନ୍ଦ୍

    ରୋଗୀ ପାଇଁ ଚିକିତ୍ସାଳୟରେ

     ଖଟିଆ ବନ୍ଦ୍, ଖଟ ବନ୍ଦ୍

     ହେଲେ ଆମ ନେତାଙ୍କ ପାଇଁ

     ହେବନି କେବେ ଭୋଟ୍ ବନ୍ଦ୍ ।

    ଆମେ ବିକାଶ କରୁଛୁ

   ସରକାରୀ ସଂସ୍ଥାକୁ

   ଘରୋଇକରଣ କରି

   ସେଥିରୁ ମୁନାଫା ଖୋଜୁଛୁ

   ଜନତା ବାପୁଡାର

   ଜୀବନ, ଜୀବିକା ସହ

   ଖେଳ ଖେଳୁଛୁ

   ପୁଞ୍ଜିପତି, ଉଦ୍ୟୋଗପତିଙ୍କୁ

   ଖୁସି କରାଇ

   ଭୋଟ୍ ପାଇଁ ଦଳୀୟ ପାଣ୍ଠି

      ଆଦାୟ କରୁଛୁ ।

    ଆମେ ନେତା ଦିନୁଁ ଦିନ

   ଆମର ଭୋଟ୍ ଭୋକ ବଢୁଛି

   ହେଲେ ଏ ଦେଶର

    ମୁଁ ସାଧାରଣ ଜନତା

   ଆଜି ମୁଁ ଜୀବନ ପାଇଁ

    ଜୀବିକା ପାଇଁ

      ଚିକିତ୍ସା ପାଇଁ

    ଶବ ଜାଳିବା ପାଇଁ

  ଏନ୍ତୁଡିଶାଳରୁ ଶ୍ମଶାନ ଘାଟ ଯାଏଁ

   ସବୁଠି ସବୁ କ୍ଷେତ୍ରେ 

      ଆଜି ମୁଁ ଜଳୁଛି ।


Rate this content
Log in

Similar oriya poem from Tragedy