STORYMIRROR

Banalaxmi Mohanty

Comedy

3  

Banalaxmi Mohanty

Comedy

ଆଜି କାଲି ଭାରି ଷ୍ଟାଇଲ ମାରୁଛ

ଆଜି କାଲି ଭାରି ଷ୍ଟାଇଲ ମାରୁଛ

1 min
243


ଆଜିକାଲି ତୁମେ ଭାରି

      ଷ୍ଟାଇଲ ମାରୁଛ

ଜିରୋ ପାୱାର ଥିଲ

     ମର୍କ୍ୟୁରୀ ସାଜିଛ 

ଗାଁଉଲିରୁ ସହରୀକୁ

     ଇମ୍ପ୍ରୁଭ୍ କରିଛ

ସତରେ କଅଣ ଦିଶୁଛ !


ସାଇକଲ ଛାଡି ସ୍କୁଟି ଚଢି 

       କଲେଜ ଆସୁଛ

ଓଠକୁ ନାଲି କରିଛ

      ଭ୍ୟାନିଟ୍ ବ୍ୟାଗ ଧରିଛ 

ଲମ୍ବା କେଶ କୁଆଡେ ଗଲା

      ବଵ୍ ହେୟାର କରିଛ 

ସତରେ ତମେ ଜଳୁଛ ।।


କେତେ ଫୁଲେଇ ହେଉଛ

    ପୁଅଙ୍କୁ କୋଣେଇ ଚାହୁଁଛ

ଆଗକୁ ପଛକୁ ଚାହିଁ ଡ୍ରେସ୍

     ଟିକେ ଝାଡି ଦେଉଛ

ଜିନସ୍ ମାରି ଆସିଛ

     ହାଇହିଲ୍ ପାଦେ ମାଡିଛ

ସତେ ମାର୍କେଟ୍ ଖାଇ ଯାଉଛ।। 


ଅଳପ କ୍ଲାସ କରୁଛ 

     ଗଳପ ବେଶୀ ମାରୁଛ

ଚାଟ୍ ଗୁପ୍ ଚୁପ୍ ଖାଉଛ

   ହାଲୋ ହାଏ କହୁଛ

ଡାକିଲେ ଶୁଣି ନଶୁଣିଲା

        ପରି ଚାଲିଯାଉଛ

ଏଇଟା କଅଣ ଭଲ କରୁଛ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy